ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ୪ ବର୍ଷର ଶିଶୁକନ୍ୟା ଗୁରୁତର-ଧର୍ମଗଡ଼

ଧର୍ମଗଡ଼: ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପାତ୍ରବସା ଗାଁରେ ଏହି ଘଟଣା ଘଟିଛି। ଅଙ୍ଗନବାଡି କେନ୍ଦ୍ରର ପାଚିକା ଅଣ୍ଡା ସିଝାଇ ଥିବା ଗରମ ପାଣି ବାହାରକୁ ଫିଙ୍ଗିବା ବେଳେ ଶିଶୁକନ୍ୟା ଉପରେ ପଡ଼ିବାରୁ ଏହି ଘଟଣା ଘଟିଛି। ଶିଶୁ କନ୍ୟାକୁ ପ୍ରଥମେ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତା’ର ଅବସ୍ଥା ଗୁରୁତର ହେବାରୁ ତାକୁ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି ।