ଅବକାରୀ ବିଭାଗ, ପଦ୍ମପୁର ଦ୍ୱାରା ୨ କ୍ୱିଣ୍ଟାଲ ଗଂଜେଇ ଜବତ ଓ ଜଣେ ଗିରଫ

ପଦ୍ମପୁର : ଆଜି ବାଡ଼ି ଭୋର ରୁ ବରଗଡ଼ ଜିଲ୍ଲାପାଳ ଶ୍ରୀ ଖଗେନ୍ଦ୍ର କୁମାର ପାଢ଼ୀ ଙ୍କର ନିର୍ଦେଶ ରେ ଅବକାରୀ ଅଧିକ୍ଷକ ଶ୍ରୀ ରାମ ଚନ୍ଦ୍ର ମିଶ୍ର ଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅବକାରୀ ନିରୀକ୍ଷକ ପ୍ରସନ୍ନ ନାୟକ ଙ୍କ ଉପସ୍ଥିତିରେ ପଦ୍ମପୁର ମୋବାଇଲ ସ୍କ୍ୱାଡ଼ ସବ ଇନ୍ସ୍ପେକଟର ଚନ୍ଦନ କୁମାର ଙ୍କ ନେତୃତ୍ୱ ରେ ଜମଳା ଗ୍ରାମରେ ତେଜରାଜ ମେହେର ଙ୍କ ଘରେ ଚଢ଼ାଉ କରାଯାଇ ୨କ୍ୱିଣ୍ଟାଲ ରୁ ଅଧିକ ଗଂଜେଇ ଜବତ କରାଯିବ ସହିତ ତେଜରାଜ ମେହେର ଙ୍କୁ ଗିରଫ କରାଯାଇଛି | ଅବକାରୀ କେଶ ନ. ୧୫/୨୦୧୭-୧୮ ମୁତାବକ ମୋକଦମା ରୁଜୁ ହୋଇଅଛି | ଗଂଜେଇ ର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି | ଏହାକୁ ଅବକାରୀ ବିଭାଗ ର ସଫଳତା ବୋଲି କୁହାଯାଏ |