ଅଭିନେତା ମୀନକେତନ ଦାସ ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ଅଭିନେତା ମୀନକେତନ ଦାସ କ୍ୟାନସରରେ ପୀଡିତ। ଏବେ ସେ ମୁମ୍ବାଇ ସ୍ଥିତ ଏସିଆନ କ୍ୟାନସର ଇନିଷ୍ଟିଚ୍ୟୁଟ୍‌ରେ ଚିକିତ୍ସାଧୀନ ଅଛନ୍ତି। ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ହୋଇ ସେ ପ୍ରଥମେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଅଲଟ୍ରାସାଉଣ୍ଡ ଓ ଏଣ୍ଡୋସ୍କୋପି ଟେଷ୍ଟ କରାଯିବା ପରେ ଶରୀରରୁ ଅତ୍ୟଧିକ ସୋଡିୟମ କ୍ଷରଣ ହେଉଥିବା ଜଣାପଡିଥିଲା। ପରେ ସେ କ୍ୟାନସରରେ ପୀଡିତ ହୋଇଥିବା ଜଣାପଡିବାରୁ ମୁମ୍ବାଇକୁ ସ୍ଥାନାନ୍ତରିତ କରାଯାଇଛି। ମୀନକେତନ ଅନେକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ବିଶେଷକରି ତାଙ୍କ ଖଳନାୟକ ଭୂମିକା ଅଧିକ ଚିତାକର୍ଷକ ଥିଲା। ବାଳୁଙ୍ଗା ଟୋକା, ଜିଅନ୍ତା ଭୂତ ଓ ମୋଷ୍ଟ ୱାଣ୍ଟେଡ ଭଳି ଓଡିଆ ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି। ଏହାଛଡ଼ା ଅନେକ ଯାତ୍ରାରେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରିଛନ୍ତି। ତାଙ୍କର ଆରୋଗ୍ୟ କାମନା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଉଛି।