ଅସୁସ୍ଥ ସ୍ତ୍ରୀଙ୍କୁ ସ୍ୱାମୀ ଟେକିଟେକି ନେଲେ-ଷ୍ଟ୍ରେଚର କିମ୍ୱା ଗାଡ଼ି ମିଳିଲାନି-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ବାଲେଶ୍ୱର

ବାଲେଶ୍ୱର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ରୋଗୀଙ୍କୁ ଗୋଟିଏ ୱାର୍ଡ଼ରୁ ଅନ୍ୟ ୱାର୍ଡ଼କୁ ନେବା ପାଇଁ ଷ୍ଟ୍ରେଚର କିମ୍ୱା ଗାଡ଼ି ମିଳିଲାନି। ଫଳରେ ଅସୁସ୍ଥ ସ୍ତ୍ରୀଙ୍କୁ ସ୍ୱାମୀ ଆଉଟ୍‌ଡୋରରୁ ମେଡିସିନ୍‌ ୱାର୍ଡ଼କୁ ଟେକିଟେକି ନେଇଥିଲେ। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବାନାଝାଟିଆ ଗାଁର ମମତା ପାତ୍ର ଅସୁସ୍ଥ ହୋଇପଡ଼ି ଥିଲେ। ତାଙ୍କ ସ୍ୱାମୀ ଦୀପକ ପାତ୍ର ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ମମତାଙ୍କୁ ଦେଖିବା ପରେ ମେଡ଼ିସିନ୍‌ ୱାର୍ଡ଼ରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ଆଉଟ୍‌ଡୋରରୁ ମାଡ଼ିସିନ୍‌ ୱାର୍ଡ଼କୁ ନେବା ପାଇଁ ମାମାତାଙ୍କୁ କୌଣସି ଷ୍ଟ୍ରେଚର କିମ୍ୱା ଗାଡ଼ି ମିଳିନଥିଲା। ଫଳରେ ତାଙ୍କ ସ୍ୱାମୀ ନିରାଶ ହୋଇ ଟେକିଟେକି ମେଡ଼ିସିନ୍‌ ୱାର୍ଡ଼କୁ ନେଇଥିଲେ।