ଆଜିଠାରୁ ଆନ୍ତର୍ଜାତିକ ବିମାନ ସେବା ମାଲେସିଆର କ୍ୱାଲାଲୁମ୍ପୁର-ଏୟାର ଏସିଆ ବିମାନ

ଆଜିଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହେବ ସିଧାସଳଖ ଆନ୍ତର୍ଜାତିକ ବିମାନ ସେବା। ଆଜି ରାତି ୧୧ଟା ୫୫ରେ ମାଲେସିଆର କ୍ୱାଲାଲୁମ୍ପୁର ଅଭିମୁଖେ ଏୟାର ଏସିଆ ବିମାନ ଉଡ଼ାଣ ଆରମ୍ଭ କରିବ। ଏହା ପୂର୍ବରୁ ରାତି ପ୍ରାୟ ୧୧ଟା ୨୫ରେ କୁଆଲାଲୁମ୍ପୁରରୁ ଏୟାର ଏସିଆର ବିମାନ ଆସି ଭୁବନେଶ୍ୱରରେ ଅବତରଣ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ୪ ଦିନ ମିଳିବ ଏହି ଆନ୍ତର୍ଜାତିକ ବିମାନ ସେବା। ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଏହି ବିମାନ ଯାତାୟତ କରିବ। ଏହି ବିମାନରେ ଉଡ଼ାଣ ପାଇଁ ବେଶ୍‌ ଉତ୍ସାହିତ ଥିଲେ ଓଡ଼ିଶାବାସୀ। ସେଥିପାଇଁ କେବଳ ଆଗାମୀ ୬ ମାସ ପାଇଁ ବୁକିଂ ଜୋରଦାର ହୋଇଥିବା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

Leave a Reply