ଆଜିଠାରୁ ଆରମ୍ଭ ହେବ ଜିଲ୍ଲାପାଳମାନଙ୍କ ସମ୍ମିଳନୀ-ଫୋକସରେ ରହିବ ଥ୍ରୀ ଟି, ଅର୍ଥାତ୍ ଟିମ ଓ୍ୱାର୍କ, ଟ୍ରାନସ୍ପରନସି ଏବଂ ଟେକ୍ନୋଲୋଜି

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଜିଲ୍ଲାପାଳମାନଙ୍କ ସମ୍ମିଳନୀ। ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଫୋକସରେ ରହିବ ଥ୍ରୀ ଟି, ଅର୍ଥାତ୍ ଟିମ ଓ୍ୱାର୍କ, ଟ୍ରାନସ୍ପରନସି  ଏବଂ ଟେକ୍ନୋଲୋଜି। ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ଥ୍ରୀ-ଟିର ଅଧିକ ବ୍ୟବହାର ହୋଇପାରିବ ସେନେଇ କର୍ମଶାଳାରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବ। ସମ୍ମିଳନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ମିଳନୀରେ ବିଶେଷ କରି ଗ୍ରାମାଞ୍ଚଳରେ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଧାନ ସଂଗ୍ରହ, କୃଷି ଋଣ ପ୍ରଦାନ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଓ ନିଯୁକ୍ତି ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ବିଷୟରେ ଆଲୋଚନା ହେବ।