ଆଜି ରଜ ସଂକ୍ରାନ୍ତି -ଗାଁ ଗାଁରେ ତାସ, ପଶା, ବାଗୁଡି ଖେଳର ଆସର

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି। ଗତକାଲି ପହିଲି ରଜ ଠାରୁ ଉତ୍ସବ ମୁଖର ହୋଇପଡିଛି ଗାଁଠୁ ସହର।  ରଜବତୀ ହୋଇଛି ମାଟି ମା’।  ସେଥିପାଇଁ ଏହାକୁ କୁହାଯାଇଥାଏ କୁମାରୀ ଝିଅଙ୍କ ପର୍ବ।  ଏହି ଅବସରରେ ଝିଅ-ବୋହୂମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ଓ ମୁଣ୍ଡରେ ଚନ୍ଦନର ଟିପା ଲଗାଇ ଦୋଳି ଖେଳ ପାଇଁ ଭିଡ଼ ଲଗାଇଛନ୍ତି। ଝିଅ ବୋହୂଙ୍କ ଭଳି ପୁରୁଷମାନେ ମଧ୍ୟ ରଜ ତିନିଦିନ ବେଶ ମଉଜ କରିଥାନ୍ତି।  ଗାଁ ଗାଁରେ ତାସ, ପଶା, ବାଗୁଡି ଖେଳର ଆସର ଜମିଥାଏ।  ଖିଲିପାନ ଖାଇ ରଜ ମଉଜକୁ ଆଉରି ରଂଗୀନ କରି ଦେଇଥାନ୍ତି ସଭିଏଁ।  ରଜ ଅବସରରେ ବିଭିନ୍ନ ସ୍ଥାନରେ ଜମିଛି ରଜ ଉତ୍ସବର ଆସର।