ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ବାଦାମ କିଣିବାକୁ ନିର୍ଦେଶ-ଯାଜପୁର

ଯାଜପୁର : ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଚଳିତ ବର୍ଷ ଚାଷୀ ମାନେ ବାଦାମ ଚାଷ କରି ବିକ୍ରୟ କରିପାରିନଥିବାରୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ନବନିର୍ମାଣ କୃଷକ ସମିତି ଏକାଧିକ ବାର ଆନେ୍ଦାଳନ ମଧ୍ୟ କରିଥିଲେ । ଏ ସଂପର୍କରେ ସମିତି ଓ ବିଭିନ୍ନ କୃଷକ ମାନେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଜିଲ୍ଲାପାଳ କୃଷକ ସମିତିର କର୍ମକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରି କୃଷି ବିିଭାଗକୁ ଅବଗତ କରାଇଥିଲେ । ଜିଲ୍ଲାର ଅନେକ ଅଂଚଳର ଚାଷୀମାନଙ୍କ ପାଖରେ ବକେୟା ବାଦାମ ରହିଥିବାରୁ ଓ ଏହା ବିକ୍ରୟ କରିବାର ସମୟ ସୀମା ଜୁନ୍ ମାସ ଶେଷ ହୋଇଯାଇଥିବାରୁ ଚାଷୀମାନେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହୋଇଥିବା କଥା ଜିଲ୍ଲାପାଳ ଦର୍ଶାଇ ଥିଲେ । ସରକାର ଏହାକୁ ହୃଦବୋଧ କରିବା ପରେ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ବାଦାମ କିଣିବାକୁ ନିର୍ଦେଶ ଦେଇଛନ୍ତି । ତେଣୁ ଚାଷୀମାନେ ଏହାର ସୁଯୋଗ ନେଇ ସେମାନଙ୍କର ବକେୟା ବାଦାମକୁ ବିକ୍ରୟ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।