ଆସନ୍ତା ମେ ୧୨ ତାରିଖ ଦିନ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇବ- ମନ୍ତ୍ରୀ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଆସନ୍ତା ୧୨ ତାରିଖ ଦିନ ୧୧ଟା ରେ ପ୍ରକାଶ ପାଇବ। ପରୀକ୍ଷାଫଳ ସିଏଚ୍‌ଏସ୍‌ଇ ୱେବସାଇଟ୍‌ ତଥା www.chseodisha.nic.inwww.odisharesult.nic.in ରେ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ଚଳିତବର୍ଷ ବିଜ୍ଞାନରେ ୯୦,୯୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Leave a Reply