ଇସ୍ରାଏଲ ଆନ୍ତର୍ଜାତୀୟ ଶିଶୁ ଚଳଚିତ୍ର ମହୋତ୍ସବ ରେ ପ୍ରଥମ ଭାରତୀୟ ବିଚାରକ ଭାବେ ବଲାଙ୍ଗୀର ଜିଲ୍ଲା ର ଶ୍ରୀ ଜିତେନ୍ଦ୍ର ମିଶ୍ର ମନୋନୀତ

ତେଲ ଅଵିଵ (ଇସ୍ରାଏଲ ) ଆନ୍ତର୍ଜାତୀୟ ଶିଶୁ ଚଳଚିତ୍ର ମହୋତ୍ସବ ୨୦୧୭ ରେ ପ୍ରଥମ ଭାରତୀୟ ବିଚାରକ ଭାବେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ରେ ଜନ୍ମିତ ତଥା ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠାନ, ବଲାଙ୍ଗୀର ର ଉପଦେଷ୍ଟା ଶ୍ରୀ ଜିତେନ୍ଦ୍ର ମିଶ୍ର ମନୋନୀତ ହୋଇଛନ୍ତି | ଆନ୍ତର୍ଜାତୀୟ ମହୋତ୍ସବ ଭାବେ ଜଣାଶୁଣା ତେଲ ଅଵିଵ (ଇସ୍ରାଏଲ ) ଆନ୍ତର୍ଜାତୀୟ ଶିଶୁ ଚଳଚିତ୍ର ମହୋତ୍ସବ ର ତ୍ରୟୋଦଶ ସଂସ୍କରଣ ଆସନ୍ତା ଜୁଲାଇ ୧୮ ରୁ ୨୨ ଇସ୍ରାଏଲ ର ରାଜଧାନୀ ସହର ତେଲ ଅଵିଵ ର ସିନେମାଥେକ ରେ ଅନୁଷ୍ଠିତ ହେବ |ଏଥିରେ ବିଶ୍ୱ ର ବିଭିନ୍ନ ଦେଶ ର ଚଳଚିତ୍ର ନିର୍ମାତା, ନିର୍ଦେଶକ,ଅଭିନେତା,ଚଳଚିତ୍ର ଶିଳ୍ପ ର ବହୁ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ଅଛି |ଏଥିରେ ଭାରତୀୟ ଶିଶୁ ଚଳଚିତ୍ର ଶିଳ୍ପ, ଭାରତରେ ଶିଶୁ ଚଳଚିତ୍ର ନିର୍ମାଣ ର ଅଭିଜ୍ଞତା ତଥା ଭାରତ ଓ ଇସ୍ରାଏଲ ର ପ୍ରଯୋଜକ ଙ୍କ ମିଳିତ ଉଦ୍ୟମରେ ଚଳଚିତ୍ର ନିର୍ମାଣ ର ସମ୍ଭାବନା ସମ୍ପର୍କରେ ଏ ଅଧିବେଶନ କୁ ଜିତେନ୍ଦ୍ର ମିଶ୍ର ପରିଚାଳନା କରିବେ ବୋଲି ଜଣାପଡିଛି | ଭାରତୀୟ ଚଳଚିତ୍ର ଗୁଡିକୁ ଅନ୍ତର୍ଜାତୀୟ ସ୍ତର ରେ ପରିଚିତ କରେଇବାରେ ଶ୍ରୀ ମିଶ୍ର ଙ୍କ ଅବଦାନ ବହୁତ ବେଶୀ | ବର୍ତମାନ ସୁଦ୍ଧା ସେ ୧୧୦ ରୁ ଅଧିକ ଚଳଚିତ୍ର ର ପ୍ରଚାର ପ୍ରସାର, ନିର୍ମାଣ, ବିତରଣ କରି ସାରିଛନ୍ତି |