ଉତ୍ତରାଖଣ୍ଡର ବଦ୍ରିନାଥରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣା-ଚିଫ୍‌ ଇଞ୍ଜିନିରଙ୍କ ମୃତ୍ୟୁ

ବଦ୍ରିନାଥ: ଉତ୍ତରାଖଣ୍ଡର ବଦ୍ରିନାଥରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣା ହେବା ଦ୍ୱାରା ଜଣେ ଚିଫ୍‌ ଇଞ୍ଜିନିରଙ୍କ ମୃତ୍ୟୁ ଘଟିଛି। ଏହି ହେଲିକପ୍ଟରଟି ବଦ୍ରିନାଥରୁ ତୀର୍ଥଯାତ୍ରୀଙ୍କୁ ଧରି ହରିଦ୍ୱାର ଯିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ଦୁଇ ଜଣ ପାଇଲଟ୍ ଆହତ ହୋଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ପଠାଇଥିଲା। ଆଜି ସକାଳ ପ୍ରାୟ ସାଢେ ସାତଟାରେ ହେଲିକପ୍ଟରଟି ଉଡାଣ ଭରି ଥିଲା।  ଉଡ଼ାଣ ଭରିବା ମାତ୍ରେ ଏହା ତଳେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।