ଓଡ଼ିଆ ସୈନିକ ଓ ସେମାନଙ୍କ ବିଧବା ପତ୍ନୀମାନଙ୍କ ମାସିକ ପେନ୍‌ସନ୍‌କୁ ୬ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ସୈନିକ ଓ ସେମାନଙ୍କ ବିଧବା ପତ୍ନୀମାନଙ୍କ ମାସିକ ପେନ୍‌ସନ୍‌କୁ ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦିତ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ପେନ୍‌ସନ୍ ପରିମାଣ ଏକ ହଜାର ଟଙ୍କା ଥିଲା। ରାଜ୍ୟ ସରକାର ୨୦୦୧ ମସିହାରେ ଦ୍ବିତୀୟ ବିଶ୍ୱଯୁଦ୍ଧର ଭେଟେରାନ ସୈନିକ ଓ ସେମାନନଙ୍କ ବିଧବା ପତ୍ନୀ ମାନଙ୍କ ପାଇଁ ପେନ୍‌ସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ସେତେବେଳେ ଏହି ପେନ୍‌ସନ୍ ପରିମାଣ ମାସିକ ୫୦୦ ଟଙ୍କା ରଖାଯାଇଥିଲା। ୨୦୦୯ ମସିହାରେ ଏହାକୁ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା।