ଓଡ଼ିଶା ଜନମୋର୍ଜାର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ର ୭୭ ବର୍ଷ ବୟସରେ ପରଲୋକ

ମୁମ୍ବାଇ : ଓଡ଼ିଶା ଜନମୋର୍ଜାର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ର ୭୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ରବିବାର ରାତି ପ୍ରାୟ ୯ଟା ୩୮ ମିନିଟରେ ମୁମ୍ବଇର ହିନ୍ଦୁଜା ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ଏଠାରେ ସୂଚନା ଯୋଗ୍ୟଯେ, ପ୍ୟାରୀମୋହନ ମହାପାତ୍ର ପୂର୍ବରୁ ଫୁସଫୁସ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ ହେଁ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇଥିଲେ। ତିନି ଦିନ ତଳେ ତାଙ୍କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ହିନ୍ଦୁଜା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତିନିଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ପ୍ୟାରୀ ହାର ମାନିଯାଇଥିଲେ। ଶେଷରେ ରବିବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଅନୁଗୋଳ ଜିଲାର ତାଳଚେରେ ଜନ୍ମିତ ସ୍ଵର୍ଗତ ମହାପାତ୍ର ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ୧୯୬୩ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ଏହାପରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ରହିବା ସହ ମୁଖ୍ୟ ଶାସନ ସଚିବ ପାଦ୍ୟକୁ ଉନ୍ମାତ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ସେ ତାଙ୍କର ପରାମର୍ଶଦାତା ହେବା ସହ ବିଜୁ ଜନତା ଦଳର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁରେ ରାଜ୍ୟପାଳ ଡ; ଏସ୍.ସ ଜମୀର, ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସମେତ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।

Leave a Reply