ଓଡିଶା ର ଉତ୍ତପ୍ତ ସହର ବଲାଙ୍ଗୀର – ଲୋକେ ସିଯୁଛନ୍ତି ୪୭ ଡ଼ିଗ୍ରୀ ତାପମାତ୍ରାରେ- ଗଛ କଟା ହିଁ ପ୍ରମୁଖ କାରଣ

ବଲାଙ୍ଗୀର : ତତଲା ତାଓ୍ୱାରେ ଭାଜି ହେଉଛି ସାରା ବଲାଙ୍ଗୀର । ଆଜି ଓଡିଶା ର କେତେକ ସ୍ଥାନରେ ପାରଦ ୪୭ ଡିଗ୍ରୀ ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ବଲାଙ୍ଗୀର ରେ ଲୋକମାନେ ଦିନ ୧୧ଟା ପରେ ପଦାକୁ ବାହାରିବା କଷ୍ଟକର ହୋଇପଡିଛି ।

ଗତକାଲି ୪7 ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ବଲାଙ୍ଗିର। ୨ଟି ସ୍ଥାନରେ ପାରଦ ୪୬ ଡିଗ୍ରୀ ପାର କରିଥିବା ବେଳେ ୬ଟି ସ୍ଥାନରେ ୪୫ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା । ବଲାଙ୍ଗୀର ସହର ରେ ଥିବା ବହୁତ ଝଙ୍କାଳିଆ ଗଛ ମାନଙ୍କୁ ପ୍ରଶାସନ ରାସ୍ତା ଚୌଡା ପାଇଁ କାଟି ଦେଇ ଥିବାରୁ ଏପରି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜନସାଧାରଣରେ ଉଦ୍ବେଗ ପ୍ରକାଶ ପାଉଛି | ରାସ୍ତା ଘାଟ ଶୁନ ଶ|ନ