ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ବିବାଦରେ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ବିବାଦରେ ଫସି ଯାଇଛନ୍ତି । ଫେସବୁକରେ ଜଣେ ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମେସେଜ ଦେଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ ଫେସବୁକରେ ବିବାଦ ବଢିବାରେ ଲାଗିଛି।

ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପିନ୍ଧିଥିବା ପୋଷାକକୁ ନେଇ ଫେସବୁକରେ କମେଣ୍ଟ କରିଥିଲେ ବୁଦ୍ଧାଦିତ୍ୟ। ପରେ ଜଣେ ଯୁବତୀ ଏ ନେଇ ବୁଦ୍ଧାଦିତ୍ୟଙ୍କୁ କାଉଣ୍ଟର କରିଥିଲେ। ଫେସବୁକରେ ଯୁବତୀଙ୍କ ଅଭିଯୋଗ ଅନୁସାରେ ବୁଦ୍ଧାଦିତ୍ୟ ତାଙ୍କୁ ପର୍ସନାଲ୍ ମେସେଜ୍ କରି ଗାଳିଗୁଲଜ କରିଥିଲେ। ଅଶ୍ଳୀଳ ଭାଷାରେ ବୁଦ୍ଧାଦିତ୍ୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ବୁଦ୍ଧାଦିତ୍ୟଙ୍କ ନାଁରେ ଥିବା ଫେସବୁକ ଆକାଉଣ୍ଟରୁ ହୋଇଥିବା ଚାଟ୍‌କୁ ବି ଫେସବୁକରେ ପୋଷ୍ଟ କରିଛନ୍ତି ସଂପୃକ୍ତ ଯୁବତୀ।