କଂଗ୍ରେସରୁ ଇସ୍ତଫା ଦେଲେ ନୟାଗଡ ଜିଲ୍ଲା ସଭାପତି ଲାଲାମନୋଜ ରାୟ

ନୟାଗଡ଼: କଂଗ୍ରେସରୁ ଇସ୍ତଫା ଦେଲେ ନୟାଗଡ ଜିଲ୍ଲା ସଭାପତି ଲାଲାମନୋଜ ରାୟ। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳର ପ୍ରାଥମିକ ସଭ୍ୟପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସାଂଗଠନିକ ସ୍ତରରେ କ୍ଷୁବ୍ଧ ହୋଇ ସେ ଦଳ ଛାଡ଼ିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଲାଲା ମନୋଜ ରାୟ କଂଗ୍ରେସ ଟିକଟରୁ ନୟାଗଡ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ପ୍ରାର୍ଥୀ ହୋଇଥିଲ।