କଂଟାବାଂଜିରେ ରେଲ ଇଲେକ୍ଟିକ ଲୋକୋମୋଟିଭ ସେଡ,ସୋଲାର ପ୍ଲାଂଟ ସ୍ଥାପନ -ପୂର୍ବତଟ ରେଲବାଇ ଜେନେରାଲ ମ୍ୟାନେଜର ଭୁବନେଶ୍ୱର

କଂଟାବାଂଜି : କଂଟାବାଂଜି ରେଲବାଇ ଷ୍ଟେସନ ଏବଂ ବିସ୍ତିର୍ଣ୍ଣ ରେଲବାଇ ଜମିକୁ ପୂର୍ବତଟ ରେଲବାଇ ଜେନେରାଲ ମ୍ୟାନେଜର ଭୁବନେଶ୍ୱର ଶ୍ରୀ ଉମେଶ ସିଂ ଏବଂ ସମ୍ବଲପୁର ଡିଭିଜନ ଡି.ଆର.ଏମ.ଶ୍ରୀ ଦିନେଶ ସିଂ ଜୁନ ୧ତାରିଖ ଦିନ ପରିଦର୍ଶନ କରିଛନ୍ତି। ପୂର୍ବତଟ ରେଲବାଇ ଜୋନ ଭୁବନେଶ୍ୱର ଏବଂ ସମ୍ବଲପୁର ଡିଭିଜନର ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ କଂଟାବାଂଜିରେ ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିଥିଲେ।

ବି.ଏନ.ଆର. ରେଲବାଇ ସମୟରୁ ଥିବା ୧୨୫୦ ଏକର ଜମିରୁ ୭୫୦ଏକର ଜମି ଅବ୍ୟବହୃତ ହୋଇ ପଡିଛି। ଏଠାରେ ପୂର୍ବରୁ ରେଲବାଇ ବିଭାଗର ଅନେକ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟାଳୟ ସହିତ ଅନେକ ୟୁନିଟ ରହିଥିଲା। କିନ୍ତୁ କାଳକ୍ରମେ ଏହି ଷ୍ଟେସନରୁ ଲୋକୋସେଡ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛି। ଏହାର ପ୍ରତିବାଦରେ ବର୍ଷ ବର୍ଷ ଧରି ସହରର ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ଅନୁଷ୍ଠାନ, ସଂଗଠନ ଆନ୍ଦୋଳନ ଏବଂ ଦାବୀ ଉପସ୍ଥାପନ କରିଛନ୍ତି। ଏଠାରେ ରେଲଡବା ମରାମତି କାରଖାନା, ହାଇଟେକ ମେଡିକାଲ ଠାରୁ ଆରମ୍ଭ କରି ଲୋଜିଷ୍ଟିକ ମେଂଟେନାନ୍ସ ଫ୍ୟାକ୍ଟି ନିର୍ମାଣ ପାଇଁ ବିଭିନ୍ନ ବଜେଟରେ ସ୍ଥାନ ପାଇଛି। କିନ୍ତୁ କେତେକ ରାଜନୈତିକ ବ୍ୟକ୍ତି ଏବଂ ରେଲ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଆନ୍ତରିକତା ଦେଖାଇ ନ ଥିଲେ। ଯଦ୍ୱାରା ବର୍ଷ ବର୍ଷ ଧରି କଂଟାବାଂଜିର ଉନ୍ନତି ହେଇ ପାରି ନ ଥିଲା। ସମସ୍ତ ଆନ୍ଦୋଳନ ଏବଂ ଧର୍ମଘଟ ପାଣିର ଗାର ହୋଇଥିଲା। କିନ୍ତୁ ଗୁରୁବାର ଦିନର ପରିଦର୍ଶନରେ ଜି.ଏମ. ଶ୍ରୀ ଉମେଶ ସିଂ ଏବଂ ଡି.ଆର.ଏମ.ଶ୍ରୀ ଦିନେଶ ସିଂ ରେଲବାଇ ଅଂଚଳର ସମସ୍ତ ଅଂଚଳ ବୁଲି ସାରିଲା ପରେ କଂଟାବାଂଜିରେ ରେଲ ଇଲେକ୍ଟିକ ଲୋକୋମୋଟିଭ ସେଡ,ସୋଲାର ପ୍ଲାଂଟ ସ୍ଥାପନ କରିବା ସହ ବିସ୍ତିର୍ଣ୍ଣ ପଡିଥିବା ରେଲବାଇ ଜମିର ଉନ୍ନତି କରାଯିବ ବୋଲି କହିଛନ୍ତି। ରେଲବାଇ ପମ୍ପୁ ତଲାବର ପୁଃର୍ନଉଦ୍ଧାର କରିବା ପାଇଁ ମଧ୍ୟ କହିଥିଲେ। ଏପରିକି ଶହ ଶହ ଏକର ଜମିରେ ପ୍ରଭାବଶାଳି ରାଜନୈତିକ ବ୍ୟକ୍ତି, ଜମି ମାଫିଆମାନେ ଘରଦ୍ୱାର ଏବଂ ବ୍ୟବସାୟ ଦୋକାନ ବଜାର କରି ଅନଧିକାର ମାଡି ବସିଛନ୍ତି। ସେମାନଙ୍କୁ ନିକଟ ଭବିଷ୍ୟତରେ ରେଲବାଇ ଜମିରୁ ହଟାଯାଇ ଜମିର ଉନ୍ନୟନ କରାଯିବ ବୋଲି କହିଥିଲେ। ଏପରିକି ଦୀର୍ଘ ଦିନର ଦାବୀ ସାଙ୍ଗକୁ ରେଲବାଇର ପ୍ରଶାସନିକ ସୁବିଧା ଦୃଷ୍ଟିରୁ କଂଟାବାଂଜିରେ ଯଥା ଶିଘ୍ର ଉନ୍ନୟନ କରାଯିବାର ପ୍ରତିଶୃତି ଦେଇଥିଲେ। ଏପରିକି କଂଟାବାଂଜିରେ ରେଲବାଇର ୧୩୨/୧୧ କେ.ଭି. ଗ୍ରୀଡ ସଂପୂର୍ଣ୍ଣ ହେଲେ ସମସ୍ତ ପ୍ରକାର ଉନ୍ନୟନ ସମ୍ଭବ ହେବ ବୋଲି କହିଥିଲେ। ଷ୍ଟେସନର ଉନ୍ନୟନରେ ପ୍ଲାଟ ଫର୍ମ ନଂ. ୨ ଓ ୩ ଉନ୍ନତି ସାଙ୍ଗକୁ ଯଥା ଶିଘ୍ର ଦ୍ୱୀତିୟ ଫୁଟ ଓଭର ବ୍ରିଜ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ପରିପ୍ରେକ୍ଷିକରେ ରେଲବାଇ ଜୋନ ଓ ଡିଭିଜନର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ରାଇଟଟୁ ଫାଇଟର ଆଶିଷ ଖାଇତାନ, ବିଟୁ ଶର୍ମା ସହ ଅନେକ ସଭ୍ୟ ଏବଂ ଜନ ସାଧାରଣ ଜି.ଏମ. ଓ ଡି.ଆର.ଏମଙ୍କୁ କଂଟାବାଂଜିର ସମସ୍ୟା ଜଣାଇଥିଲେ।

Leave a Reply