କଟକ ନଗର ବିଜେଡ଼ି ପକ୍ଷରୁ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକାରିଣୀ ବୈଠକ

କଟକ : ସ୍ଥାନୀୟ ଶାରଳା ଭବନଠାରେ କଟକ ନଗର ବିଜେଡ଼ି ପକ୍ଷରୁ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା ବିଜେଡ଼ି ସଭାପତି ତଥା ରାଜ୍ୟସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କେନ୍ଦ୍ର ବିଜେପି ସରକାର ରାଜ୍ୟବାସୀଙ୍କ ପ୍ରତାରଣା କରିଛନ୍ତି ବୋଲି ପ୍ରକାଶ କରିଥିଲେ । ନଗର ସଭାପତି ମଧୁସୂଦନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗଦେଇ ଦଳର ସମସ୍ତ କର୍ମକର୍ତ୍ତା ସୋସିଆଲ ମିଡ଼ିଆର ଉପଯୋଗ ପାଇଁ ଆହ୍ୱାନ ଦେଇଥିଲେ । ଯାହାଦ୍ୱାରା ରାଜ୍ୟସରକାରଙ୍କ ପ୍ରତ୍ୟେକ ଜନହିତକର କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରତିଟି ଜନସାଧାରଣ, ଯୁବପୀଢ଼ୀ, ମହିଳା ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟର ଜନସାଧାରଣଙ୍କ ନିକଟରେ ପହଞ୍ଚô ପାରିବ ବୋଲି କହିଥିଲେ । ପ୍ରତିବୁଥସ୍ତରରେ ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥି ସହିତ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଟକ ମହାନଗର ନିଗମର ୪୩ଟି ୱାର୍ଡ଼କୁ ୪ଟି ଜୋନରେ ବିଭକ୍ତ କରି ପ୍ରତି ଜୋନର ଜନସାଧାରଣଙ୍କ ସମସ୍ୟା ଓ ସମାଧାନ ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ରିଭୁ୍ୟ କରାଯିବାକୁ ନିଦେ୍ର୍ଦଶ ଦେଇଥିଲେ । ସିଏମସି ସ୍ୱାସ୍ଥ୍ୟକମିଟି ଅଧ୍ୟକ୍ଷ ତଥା କର୍ପୋରେଟର ରଞ୍ଜନ କୁମାର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଧର୍ମେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।