କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ୍‌ ବିଜମରା ଧାନ ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ୍‌ ବିଜମରା ଧାନ ମଣ୍ଡିରୁ  ଧାନ ନ ଉଠିବା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଜୟପାଟଣା-ମୋଟେର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ମଣ୍ଡିରେ ଚାଷୀଙ୍କ ହଜାର କ୍ୱିଣ୍ଟାଲ୍‌ ଧାନ ପଡ଼ିରହିଛି। କୁଇଣ୍ଟାଲ ପିଛା ୪ରୁ ୫ କେଜି ଧାନ କଟଣୀ ହେଲେ ଧାନ ଉଠାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି। ତା’ସହ ପେକ୍ସ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କୁ ଶୋଷଣ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଛନ୍ତି।