କାମାକ୍ଷାନଗର ଉପକାରାଗାର ଚଢ଼ାଉ କରାଯାଇ ଗୁଟଖା ଓ ବିଡ଼ି ଭଳି ତମାଖୁ ଜାତୀୟ ସାମଗ୍ରୀ ଜବତ

କାମାକ୍ଷାନଗର: ରାଜ୍ୟର ବିଭିନ୍ନ ଜେଲରେ ଚଢ଼ାଉ ଜାରି ରହିଛି।  ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକାରାଗାର ଚଢ଼ାଉ କରାଯାଇ ଗୁଟଖା ଓ ବିଡ଼ି ଭଳି ତମାଖୁ ଜାତୀୟ ସାମଗ୍ରୀ ଜବତ କରାଯାଇଛି। ଏହି ଚଢ଼ାଉରେ ଏସପି ବସନ୍ତ ପାଣିଗ୍ରାହୀଙ୍କ ସହ କାମାକ୍ଷାନଗର ତହସିଲଦାର ସରୋଜ ସ୍ୱାଇଁ ଓ ବିଭିନ୍ନ ଥାନା ଅଧିକାରୀ ମାନେ ସାମିଲ ହୋଇଥିଲେ। କାମାକ୍ଷାନଗର ଉପକାରାଗାର ସହ ଢେଙ୍କାନାଳ ସଦର ଜେଲ୍, କାମାକ୍ଷାନଗର ଜେଲ୍ ଓ ହିନ୍ଦୋଳ ଜେଲରେ ଏକକାଳୀନ ଚଢ଼ାଉ କରାଯାଇଛି।