କାର ସହିତ ଅଟୋ ମୁହାଁମୁହିଁ ଧକ୍କା ଲାଗିବା ଫଳରେ ଅଟୋଚାଳକଙ୍କର ମୃତ୍ୟୁ-ମାଲାକନଗିରି

ମାଲାକନଗିରି: ମାଲକାନଗିରି ଜିଲ୍ଲାରେ ବେପାରୁଆ ଗାଡିଚାଳନା ପାଇଁ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧିପାଇ ଅନେକ ଧନ ଜୀବନ ହାନି ହେବାରେ ଲାଗିଛି। ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରୁ ୧୦କିମି ଦୂର ପଦ୍ମଗିରି ମୁଖ୍ୟଛକ ନିକଟରେ ଏକ କାର ସହିତ ଅଟୋ ମୁହାଁମୁହିଁ ଧକ୍କା ଲାଗିବା ଫଳରେ ଅଟୋଚାଳକଙ୍କର ମୃତ୍ୟୁ ହେବା ସହିତ ଅଟୋଟି ଓ କାର ଭାଙ୍ଗି ଚୁରମାର ହୋଇଯାଇଛି।

ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଠାରୁ କମଲଖରା (୩୫) ନାମକ ଯୁବକ ନିଜର ଅଟୋନେଇ ପଦ୍ମଗରି ଯାଇଥିଲେ, ସେ ପଦ୍ମଗିରି ଠାରୁ ଫେରି ମାଲକାନଗିରି ମୁଖ୍ୟରାସ୍ତାକୁ ଅତିକ୍ରମ କରୁଥିବା ବେଳେ ଅପର ପାର୍ଶ୍ୱରୁ ଦୃତଗତିରେ ଆସୁଥିବା ଏକ କାର ତାଙ୍କ ଅଟୋକୁ ଧକ୍କାଦେଇ ଥିଲା। ଘଟଣା ସ୍ଥଳରେ ଅଟୋଟି ଓଲଟି ପଡି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଚାଳକ ଶ୍ରୀ ଖରା ଗୁରୁତର ଭାବେ ଆହୋତ ହୋଇଥିଲେ। ସେଠାରେ ଥିବା କିଛି ଲୋକ ସଙ୍ଗେ ସଙ୍ଗେ ୧୦୮ ଆମ୍ଭୁଲାନ୍ସକୁ ଫୋନକରି ମାଲକାନଗିରି ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ। ଡାକ୍ତରଖାନାରେ ପହଁଚିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ସଂପର୍କରେ ମାଲକାନଗିରି ଥାନା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଁଚି ଗାଡି ଦୁଇଟିକୁ ଜବତ ସହିତ ମୃତ ଖରାଙ୍କ ଶବବ୍ୟବଛେଦ କରି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ଧକ୍କାଦେଇଥିବା କାର ଚାଳକ ଫେରାର ହୋଇଯାଇଛନ୍ତି।