କୁଲତା ସମାଜ ବଲାଙ୍ଗୀର ଦ୍ୱାରା କୁଲତା ଦିବସ ପାଳିତ

ଗତ ତା ୧୧..୪.୨୦୧୭ ମଙ୍ଗଳବାର ଚୈତ୍ର ପୁର୍ଣିମା ଦିନ ସ୍ଥାନୀୟ ଅମଲା ଭବନ ଠାରେ କୁଲତସମାଜ, ବଲାଙ୍ଗୀର ଆନୁକୂଲ୍ୟରେ କୁଲତା ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସର୍ବ ପ୍ରଥମେ କୁଲତା ଦିବସ ଅବସରରେ ଇଷ୍ଟଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କର ପୂଜାର୍ଚନା କରାଯାଇଥିଲା ପୂର୍ବତନ ସଭାପତି ତଥା ଉପଦେଷ୍ଟା ସଦସ୍ୟ ଶ୍ରୀ ଯୁକ୍ତ ରାହାସ ବିହାରୀ ମାଝୀଙ୍କ ଦ୍ୱାରା ସମାଜ ର ଧ୍ବଜା ଉତ୍ତୋଳନ କରାଯାଇଥିଲା ସମ୍ପାଦକ ସୁରଥ ପଧାନ ଙ୍କ ଦ୍ୱାରା ବିଗତ ବର୍ଷ ର ଆୟ ବ୍ୟୟ ବିବରଣୀ ଉପସ୍ଥାପନା ପରେ ସମାଜ ର ସମୃଦ୍ଧି ତଥା ବିକାଶ ଉପରେ ଶ୍ରୀଯୁକ୍ତ ପ୍ରାଦେଶି ବିଶ୍ୱାଳ, କୁଳମଣି ବିଶ୍ୱାଳ,ରାହାସ ବିହାରୀ ମାଝୀ, ପ୍ରସନ୍ନ କୁମାର ସାହୁ, ଶଙ୍କର ପତ୍ର, ରାଜୁ ବଢ଼େଇ, ମଧୁ ସାହୁ ଓ ଯାଦବ ଚନ୍ଦ୍ର ଭୋଇ ଭିନ୍ନ ଭିନ୍ନ ପ୍ରସ୍ତାବ ମନ ଆଗତ କରିଥିଲେ ଏବଂ ପ୍ରସ୍ତାବ ଗୁଡିକ ଉପରେ ପୁଙ୍ଖନୁ ପୁଙ୍ଖ ଆଲୋଚନା କରାଯାଇଥିଲା ପରିଶେଷରେ ଆଗାମୀ ଦିନ ପାଇଁ ନୂତନ କର୍ମକର୍ତା ଚୟନ କରାଯାଇଥିଲା ବିଗତ ବର୍ଷ ରେ କାମ କରି ଆସୁଥିବା କୁଲତା ଯୁବ ସାମୁଖ୍ୟ ସଭ୍ୟ ଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରି ଗୋଟିଏ ପରିଚାଳନା କମିଟି ଗଠନ କରାଗଲା ଏବଂ ନୂତନ କର୍ମକର୍ତା ଭାବରେ ସଭାପତି ପଦରେ ଶ୍ରୀଯୁକ୍ତ ରାହାସ ବିହାରୀ ମାଝୀ,ଉପସଭାପତି ଭାବେ ସୁରଥ ପଧାନ ଓ ସତ୍ୟବ୍ରତ ଗାଡ଼ତିଆ, ସମ୍ପାଦକ ଭାବେ ବୁଡୁ ପଧାନ, ଯୁଗ୍ମ ସମ୍ପାଦକ ଭାବେ ସୁଧୀର କୁମାର ଭୋଇ,କୋଷାଧକ୍ଷ ଭାବେ ବୃଷଭ ସା, କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରସନ୍ନ କୁମାର ସାହୁ,ମଧୁ ସାହୁ,ବିକାଶ ବାରିକ,ଜିତେନ୍ଦ୍ର ଭୋଇ, ରାମଚନ୍ଦ୍ର ଭୋଇ,ରୁଦ୍ର ଦେବ ସାହୁ ଙ୍କୁ ମନୋନୀତ କର|ଯାଇଥିଲା | ସେହିପରି ଉପଦେଷ୍ଟା କମିଟି ସଦସ୍ୟ ଭାବେ ଶ୍ରୀଯୁକ୍ତ ଶଙ୍କର ପତ୍ର, ପ୍ରଦେଶି ବିଶ୍ୱାଳ, କୁଳମଣି ବିଶ୍ୱାଳ,ଯାଦବ ଚନ୍ଦ୍ର ଭୋଇ,ପଦ୍ମନାଭ ଭୋଇ ଏବଂ ସଞ୍ଜୟ ଶେଖର ଭୋଇ ଙ୍କୁ ମନୋନୀତ କରାଗଲା |
ଶେଷରେ ପୂର୍ବତନ ସଭାପତି ଶ୍ରୀ ପ୍ରାଦେଶି ବିଶ୍ୱାଳ ତଥା ନୂତନ ସଭାପତି ଶ୍ରୀ ରାହାସ ବିହାରୀ ମାଝୀ ଙ୍କ ନିର୍ଦେଶ କ୍ରମେ ସମ୍ପାଦକ ଶ୍ରୀ ସୁରଥ ପଧାନ ଙ୍କ ଦ୍ୱାରା ସଭାକାର୍ଯ୍ୟ ସାଙ୍ଗ କରାଗଲା |