କୁଳଭୂଷଣ ଯାଦବଙ୍କୁ ସାମାନ୍ୟ ଆଶ୍ୱସ୍ତି-ଫାଶି ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଅନ୍ତର୍ଜାତୀୟ ଅଦାଲତ

Kulbhushan Jadhav case at ICJ : Court tells Pakistan to put execution on hold; Modi expresses satisfaction

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କୁ ସାମାନ୍ୟ ଆଶ୍ୱସ୍ତି। ଭାରତକୁ ବି ସାମାନ୍ୟ ଆଶ୍ୱସ୍ତି। ତାଙ୍କୁ ଦିଆଯାଇଥିବା ଫାଶି ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)। ଚୂଡ଼ାନ୍ତ ରାୟ ପ୍ରକା ନ ପାଇବା ଯାଏ ଫାଶି ଉପରେ ସ୍ଥଗିତା ଦେଶ ଜାରି କରିଛନ୍ତି କୋର୍ଟ। ୨୦୧୭ ଅଗଷ୍ଟ ପୂର୍ବରୁ ତାଙ୍କୁ ଫାଶି ନ ଦେବାକୁ କୋର୍ଟ ପାକିସ୍ତାନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୁଳଭୂଷଣଙ୍କ ସ୍ଥିତି ସଂପର୍କରେ ନିୟମିତ ରିପୋର୍ଟ ଦେବାକୁ କୋର୍ଟ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପାକିସ୍ତାନ ଉପରେ ଭାରତର ଏହା ବୃହତ୍ତ ବିଜୟ ବୋଲି କୁହାଯାଉଛି। ପାକିସ୍ତାନର ଏକ କୋର୍ଟ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି। ଗୁପ୍ତଚର ଅଭିଯୋଗରେ ତାଙ୍କୁ ଏହି ଦଣ୍ଡ ଦିଆଯାଇଛି।