କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରାଧାମୋହନ ସିଂଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଘଟଣା -ବିଜେପି ମୌନ ପ୍ରତିବାଦ ପାଳନ

ଭୁବନେଶ୍ୱର: ଆଜି ବିଜେପି ମୌନ ପ୍ରତିବାଦ ପାଳନ କରୁଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରାଧାମୋହନ ସିଂଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଘଟଣା ପ୍ରତିବାଦରେ ବିଜେପି ଏଭଳି ପନ୍ଥା ଆପଣାଇଛି।  ଆଜି ରାଜ୍ୟର ସବୁ ଜିଲ୍ଲା ପରିଷଦ ଜୋନ୍ ଓ ପୌରାଞ୍ଚଳରେ ମୌନ ପ୍ରତିବାଦ ଜଣାଇବେ ଦଳୀୟ ନେତା ଓ କର୍ମୀ। ସେହିଭଳି କାମାକ୍ଷାନଗର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମଧ୍ୟ ମୌନ ପ୍ରତିବାଦ କରାଯିବ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ଗତକାଲି ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଥିଲେ।