କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଡଃ ମହେଶ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ- ନୂଆପଡା ଜିଲା ଖଡିଆଳ

ଖଡିଆଳ:  ନୂଆପଡା ଜିଲା ଖଡିଆଳ ସ୍ଥିତ ଜଙ୍ଗଲ ବିଭାଗର ବଙ୍ଗଲା ଠାରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଡଃ ମହେଶ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଛନ୍ତି। ଜନତାଙ୍କ ସହ ସୁସମ୍ପର୍କ ସ୍ଥାପନ ନେଇ ମନ୍ତ୍ରୀ ମହୋଦୟ ଏଠାକୁ ଆସିଥିବା ବେଲେ ଏହି କେନ୍ଦ୍ର ସରକାର ଗରିବଙ୍କ ସରକାର ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଏହା ସହ କେନ୍ଦ୍ର ସରକାରଙ୍କ ୧ ଟଙ୍କିଆ ବୀମା ଯୋଜନା, ଉଜ୍ଜଲା ଯୋଜନା, ବେଟି ପଢାଓ ବେଟି ବଚାଓ ଯୋଜନା, ମୁଦ୍ରା, ସ୍ୱଚ୍ଛ ଭାରତ ଅଭିଯାନ, ପାୱରଗ୍ରୀଡ ବିଷୟରେ କରିଥିଲେ। ଏହି ଉପଲକ୍ଷେ ଖଡିଆଳ ଜଙ୍ଗଳ ବିଭାଗ ବିଶ୍ରାମଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଓଡିଶାରେ ପର୍ଯ୍ୟଟନର ବିକାଶର ଅନେକ ସୁଯୋଗ ରହିଥିବା ବେଳେ ରାଜ୍ୟ ସରକାର ପକ୍ଷରୁ ଏହା ନେଇ କୌଣସି ବିଶେଷ ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ଜଗନ୍ନାଥ ଧାମ ପୁରୀ ଏବଂ କୋଣାର୍କ ଓଡିଶାର ଗର୍ବ ଓ ଗୌରବ ଅଟେ। ଅନେକ ସମୟରେ ବିଶ୍ୱ ପ୍ରଶିଦ୍ଧ ମନ୍ଦିର ମରାମତି କାର୍ଯ୍ୟ ବିଳମ୍ବ ହେଉଥିବା କଥା ସାମନାକୁ ଆସିଥାଏ। ମନ୍ଦିର ଦର୍ଶନ ଏବଂ ମରାମତି କାର୍ଯ୍ୟ ଏକାସାଙ୍ଗରେ ହେବାରୁ ମରାମତି କାର୍ଯ୍ୟରେ ମନ୍ଥର ଦେଖାଯାଇଥାଏ। କୋର୍ଟ ଆଦେଶ ଦେଇଥିବା ମନ୍ଦିର ମରାମତି କାର୍ଯ୍ୟ ସମୟ ସୀମା ମଧ୍ୟରେ ପାଖାପାଖି ପୂରଣ ହୋଇଥିବା ବେଳେ ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ମନ୍ଦିର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବିଶ୍ୱରେ ୪.୬ ପ୍ରତିଶତ ଗତିରେ ପର୍ଯ୍ୟଟନ କ୍ଷେତ୍ର ବୃଦ୍ଧି ପାଉଥିବା ବେଳେ ଭାରତରେ ଏହା ବେଶ ଅଧିକ ଅର୍ଥାତ ୧୫.୪ ପ୍ରତିଶତ ଗତିରେ ବୃଦ୍ଧି ପାଉଥିବା ପ୍ରକାଶ କରିଥିଲେ। ରାଜ୍ୟର ବିଭିନ୍ନ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ବିକାଶ କରାଯିବ ବୋଲି ପ୍ରକାଶ କରିଥିଲେ। ଆର୍କୋଲୋଜିକାଳ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଭାରତର ଐତିହ ଓ ସ୍ଥାପତ୍ୟରେ ପାଚେରୀ ନଥିବାରୁ ପ୍ରତ୍ୟକ ଐତିହ ଓ ସ୍ଥାପତ୍ୟ ସ୍ଥଳୀରେ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ସେହିପରି ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀରେ ଶୌଚାଳୟ ଏବଂ ଦିବ୍ୟାଙ୍ଗ ପାଇଁ ର୍ୟାମ୍ପ ତିଆରି ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ପୂବର୍ତନ ରାଜ୍ୟ ସଭାପତି ତଥା ମନ୍ତ୍ରୀ କନକ ବଦ୍ଧନ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ।