କୋରାପୁଟର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଜୟରାମ ପାଙ୍ଗି ବିଜେପିରେ ସାମିଲ

ଜୟପୁର: କୋରାପୁଟର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଜୟରାମ ପାଙ୍ଗି ବିଧିବଦ୍ଧ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ସହ ଆସି ପାଙ୍ଗି ଦଳରେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ମିଶ୍ରମ ପର୍ବ ଅନୁଷ୍ଠିତ ହୋଇଥିଲା। ମିଶ୍ରଣ କାର୍ଯ୍ୟକ୍ରମରେ ବିଶ୍ୱଭୂଷଣ ହରିଚନ୍ଦନଏବଂ ଗିରିଧାରୀ ଗମାଙ୍ଗ ଉପସ୍ଥିତ ଥିଲେ। ମାର୍ଚ୍ଚ ୧୨ ତାରିଖରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ବିଶୃଙ୍ଖଳା ନେଇ ଜୟରାମ ପାଙ୍ଗିଙ୍କୁ ଦଳରୁ ନିଲମ୍ବନ କରିଥିଲେ ନବୀନ ପଟ୍ଟନାୟକ। କୋରାପୁଟ ଜିଲ୍ଲା ରାଜନୀତିରେ ପାଙ୍ଗିଙ୍କ ଦବଦବା ରହିଥିବାରୁ ଏହାର ପ୍ରଭାବ ବିଜେଡି ଉପରେ ପଡିବ ବୋଲି ଆଲୋଚନା ହେଉଛି। ପାଙ୍ଗି ବିଜେପିରେ ସାମିଲ ହେଲେ ଆଦିବାସୀ ଅଞ୍ଚଳରେ ଦଳ ମଜଭୁତ ହେବ ବୋଲି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଥିଲେ।