କୋରାପୁଟ : ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ

କୋରାପୁଟ ୧୮/୩ : ଜୟପୁର ସଦର ଥାନା ଅନ୍ତର୍ଗତ ଘାଟଘୁମର ଛକ ଠାରୁ ମାତ୍ର ଅଳ୍ପ ଦୂର ଏକ କଲଭଟ ନିକଟରେ ଏକ ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାଇ ମୃତ ଯୁବକ ଜଣଙ୍କ ଜୟପୁର ସଦର ଥାନା ଅନ୍ତର୍ଗତ ବାରଣିପୁଟ ପଞ୍ଚାୟତର ଛଡେଇଗୁଡା ଗ୍ରାମର ଟଙ୍କିତ ଟାକରି। ସେ ଏକ ଘରୋଇ ସଂସ୍ଥାରେ ସୁପରଭାଇଜର ଭାବେ କାମ କରୁଥିଲେ। କୋରାପୁଟରୁ ଜୟପୁର ଯାଉଥିବା ବେଳେ ତାଙ୍କ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେବାରୁ ଛିଟିକି ପଡି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ମୃତକଙ୍କ ପରିବାରଙ୍କୁ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥକୁ ରାସ୍ତା ରୋକ କରି ଧାରଣାରେ ବସିଥିଲେ।