ଖୁବ୍‌ ଶୀଘ୍ର ନୂତନ ୨୦୦ ଟଙ୍କିଆ ନୋଟ୍‌ ବଜାରକୁ ଆସିବ-କେନ୍ଦ୍ର ଅର୍ଥମନ୍ତ୍ରଣାଳୟ

ନୂଆଦିଲ୍ଲୀ: ନୂତନ ୨ଶହ ଟଙ୍କିଆ ନୋଟ୍‌କୁ ନେଇ ଗତ କିଛି ମାସ ହେଲା ଯେଉଁ ଚର୍ଚ୍ଚା ଚାଲିଥିଲା ଆଜି ତା’ ଉପରେ ପ୍ରତିକ୍ରିୟା ରଖିଛନ୍ତି ସରକାର। କେନ୍ଦ୍ର ଅର୍ଥମନ୍ତ୍ରଣାଳୟର କହିବା ଅନୁଯାୟୀ  ଖୁବ୍‌ ଶୀଘ୍ର  ନୂତନ ୨୦୦ ଟଙ୍କିଆ ନୋଟ୍‌ ବଜାରକୁ ଆସିବ। ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ମାସରେ ଏହି ୨୦୦ ଟଙ୍କିଆ ନୋଟକୁ  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବଜାରକୁ ଛାଡ଼ିବା ନେଇ ସୂଚନା ମିଳିଛି। ବିମୁଦ୍ରାକରଣ ପରେ   ବଜାରରେ ୮୫ ପ୍ରତିଶତ କ୍ୟାଶ ଫ୍ଲୁ କମିଯାଇଥିବା  ବେଳେ ଏହି ନୋଟ ଆର୍ଥିକ କାରବବାର ପାଇଁ ସହାୟକ ହେବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ନୂଆ ଟଙ୍କା ସମ୍ପର୍କରେ ଆରବିଆଇର ବୋର୍ଡ଼ ଅଫ ଡିରେକ୍ଟରର ସୁପାରିଶ ଅନୁଯାୟୀ ଅର୍ଥମନ୍ତ୍ରଣାଳାୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ନୂଆ ଟଙ୍କା ପ୍ରଚଳନ କ୍ଷେତ୍ରରେ ଆରବିଆଇ ଅର୍ଥମନ୍ତ୍ରଣାଳୟକୁ ସୁପାରିଶ କରିବା ପ୍ରଥମ ଘଟଣା ବୋଲି କୁହାଯାଉଛି। ଯାହାକୁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁର କରାଯାଇଛି। ସେହିପରି ଏହି ଟଙ୍କାର ଡିଜାଇନ ସମ୍ପର୍କରେ ଯେଉଁ ସବୁ ବୈଶିଷ୍ଠ୍ୟ ରହିବ କଥା ତାହା ଉପରେ ମଧ୍ୟ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ  ମୋହର ଲଗାଯାଇଛି। ଏହି ନୂଆ ଟଙ୍କା ଲଞ୍ଚ ସମ୍ପର୍କରେ ଗତ ମାର୍ଚ୍ଚ ମାସରେ ଆରବିଆଇ  ପକ୍ଷରୁ ନିଷ୍ପତ୍ତି ନିଆଯାଥିଲା। ସେହିପରି ବିମୁଦ୍ରାକରଣ ପରେ ଚତୁର୍ଥଥର ପାଇଁ ଏହି ନୂଆ ଟଙ୍କା ପ୍ରଚଳନ କରାଯାଉଥିବା ଜଣାପଡ଼ିଛି।