ଗର୍ଭବତୀ ମହିଳା ଭାରରେ ବୁହା ହେବା ଘଟଣା ଚର୍ଚ୍ଚାର ବିଷୟ-ଡାକ୍ତର ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତା

କଲ୍ୟାଣସିଂହପୁର ବ୍ଲକର ଦୁର୍ଗମ କରପା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାମୁଇ ଗ୍ରାମର ଆପ୍ପାରାଓ ହିକକାଙ୍କ ପତ୍ନୀ ୱାନୋ(୨୦) ୭ମାସ ଗର୍ଭବତୀ ହୋଇଥିବା ବେଳେ ଗତକାଲି ସକାଳେ ପେଟରେ ଯନ୍ତ୍ରଣା ହୋଇଥିଲା । ପତ୍ନୀର ଅବସ୍ଥା ଦେଖି ସ୍ୱାମୀ ଆପ୍ପାରାଓ ମହିଳା ସ୍ୱାସ୍ଥ୍ୟ କର୍ମୀ ସନ୍ଧ୍ୟାରାଣୀ ପାତ୍ରଙ୍କୁ ଖବର ଦେଇଥିଲେ । ସ୍ୱାସ୍ଥ୍ୟ କର୍ମୀ ସେଠାରେ ପହଞ୍ଚି ତୁରନ୍ତ ମେଡିକାଲ ସ୍ଥାନାନ୍ତର ପାଇଁ କହିଥିଲେ । ତେବେ ଆଦିବାସୀ ସଂପ୍ରଦାୟରେ ପରମ୍ପରା ଅନୁଯାୟୀ ପୁରୁଷମାନେ ସଂପୃକ୍ତ ଗର୍ଭବତୀଙ୍କୁ ଛୁଇଁବା ପାଇଁ ମନା କରି ଦେଇଥିଲେ । ଏଭଳି ଘଟଣା ସଂପର୍କରେ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ ଏବଂ ଗଣମାଧ୍ୟମ ପ୍ରତିନିଧି ଖବର ପାଇଥିଲେ । Screen shot 2017 09 09 at 9.41.14 AM 300x223 ଗର୍ଭବତୀ ମହିଳା ଭାରରେ ବୁହା ହେବା ଘଟଣା ଚର୍ଚ୍ଚାର ବିଷୟ ଡାକ୍ତର ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାସନ୍ଧ୍ୟାରେ ଡାକ୍ତର ସାହୁ ଏବଂ ଅନ୍ୟ ଗଣମାଧ୍ୟମ ପ୍ରତିନିଧି କରପାରୁ ପ୍ରାୟ ୯କିମି ଦୂର ଜଙ୍ଗଲ ମଧ୍ୟରେ ପଥୁରିଆ ରାସ୍ତାଦେଇ ସିଙ୍ଗାମୁଇ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ଗ୍ରାମବାସୀ ସହଯୋଗ ନକରିବାରୁ ସ୍ୱାମୀଙ୍କ ସହ ଡାକ୍ତର ଏବଂ ଗଣମାଧ୍ୟମ ପ୍ରତିନିଧି ଗର୍ଭବତୀ ମହିଳାଙ୍କୁ ଅନ୍ଧାରିଆ ଜଙ୍ଗଲ ରାସ୍ତାଦେଇ ରାଣୀପଦର ପର୍ଯ୍ୟନ୍ତ ଭାରରେ ବୋହି ଆଣିଥିଲେ । ତେବେ ପରେ କିନ୍ତୁ ସିଙ୍ଗାମୁଇ ଗ୍ରାମର ଇଶାନ୍ତ ନାଚିକା, ଗାଙ୍ଗାନା କାଡ୍ରାକା, ମୁନି ହିକକା ଏବଂ ନୂଆ ପ୍ରାସ୍କା ୫କିମି ଦୂର ଅଜୟଗଡ ପର୍ଯ୍ୟନ୍ତ ଭାରରେ ବୋହି ଆଣିଥିଲେ । ଅଜୟଗଡରେ ଆମ୍ବୁଲାନସ ପହଞ୍ଚିବା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ୱାନୋଙ୍କ ଶରୀରରେ ରକ୍ତର ପରିମାଣ କମିଯାଇଥିବାରୁ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।