ଗାଙ୍ଗଟକ୍‌ରେ ୪ ଓଡ଼ିଆ ବଲାଙ୍ଗିର ର ପର୍ଯ୍ୟଟକଙ୍କ ମୃତ୍ୟୁ

ବଲାଙ୍ଗିର: ସିକିମ୍‌ର ଗାଙ୍ଗଟକରେ ସଡ଼କ ଦୁର୍ଘଟଣାରେ ୪ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୩ ଜଣ ବଲାଙ୍ଗିର ତାଲପାଲିପଡ଼ାର ମାଇକେଲ ବାଗଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି। ପରିବାରର ବାପା, ମା ସହ ଝିଅଙ୍କ ମୃତ୍ୟୁ ଘଟିଛି। ୨ଟି ଗାଡ଼ିରେ ୪ଟି ଓଡିଆ ପରିବାର ଗାଙ୍ଗଟକ୍ ଯାଇଥିଲେ। ସେଠାରେ ସେମାନଙ୍କ ଗାଡ଼ିରୁ ଗୋଟିଏ ଗାଡ଼ି ଧକ୍କା ଦେଇଥିଲା।