ଗୁଣିଗାରେଡି କୁ ନେଇ ଜିଲ୍ଲାରେ ରହିଥିବା ଅନ୍ଧବିଶ୍ୱାସକୁ ଦୂର କରିବାକୁ ପୋଲିସର ସଚେତନତା କାର୍ଯ୍ୟକ୍ରମ

କୋରାପୁଟ : କୋରାପୁଟ ଜିଲ୍ଲାର ଦାମନଯୋଡି ଓ ସୋରିଷପଦରରେ ଗୁଣିଗାରେଡିକୁ ନେଇ ଶିଶୁ ବଳୀ ଦିଆଯାଇଥିବା ଅଭିଯୋଗ ହେଉଥିବା ବେଳେ ଦୁଧାରୀ ପଂଚାୟତ ଅନ୍ତର୍ଗତ ମନ୍ଦାରଗୁଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇ ଅନେକ ଲୋକ ଆହତ ହୋଇଥିଲେ ।ଏହାକୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲ୍ଲା ପ୍ରଶାସନ ତରଫରୁ ଆଜି ସେମିଲିଗୁଡା ଥାନା ସଭାଗୃହଠାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ଅତିରିକ୍ତ ଏସପି ଭି .ଆର .ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସୁନାବେଡା ଓ ସେମିଲିଗୁଡାର ବରିଷ୍ଠ ନାଗରିକ , ମା ଘର କର୍ମକର୍ତା ଏବଂ କେତେକ ସ୍ୱେଛାସେବୀ ଅନୁଷ୍ଟାନର କର୍ମକର୍ତାମାନେ ଯୋଗଦେଇଥିଲେ ।ଏଭଳି ଘଟଣା ହୋଇଯାଇଥିବା ଗ୍ରାମମାନଙ୍କୁ ଚିହ୍ନଟ କରାଯାଇ ଡାଟାବେସରେ ରଖାଯିବ ବୋଲି ସୁନାବେଡା ଏସଡିପିଓ ବଳଭଦ୍ର ଦୀପ ପ୍ରକାଶ କରିଥିଲେ ।ଏହିଭଳି ଅନ୍ଧବିଶ୍ୱାସ ରୋକିବାକୁ ପଂଚାତରାଜ ପ୍ରତିନିଧି , ଅଂଗନବାଡି କର୍ମି ଓ ସ୍ୱେଛାସେବୀ ଅନୁଷ୍ଠାନମାନଙ୍କ ସହୟାତରେ କମିଟି ଗଠନ କରାଯିବ ଓ ପଂଚାୟତରେ ସଚେତନତା ପୋଷ୍ଟର ମରାଯିବା ସହ ପଥପ୍ରାନ୍ତ ନାଟକ କରାଯାଇ ଲୋକମାନକୁଂ ସଚେତନତା କରାଯିବ ବୋଲି ସେ ସୂଚନା ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସେମିଲିଗୁଡା ବିଡିଓ ଲୁକେସ ପ୍ରଧାନ , ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା , ବ୍ଲକ ଅଧ୍ୟକ୍ଷ ଦିନେଶ ଖରା , ସୁନାବେଡା ମ୍ୟୁନସିପାଲଟି ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ , ବନାଞଳ ଅଧିକାରୀ ହେମନ୍ତ ଚନ୍ଦ୍ର ପ୍ରଧାନ , ସେମିଲିଗୁଡା ଶିଶୁ ବିକାଶ ଅଧିକାରୀ ସିଂଗ୍ଧା ମିଶ୍ର , ସୁନାବେଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ଯୋଗେଶ୍ୱରୀ ବେହେରା ଓ ସେମିଲିଗୁଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ପିୟୁଷ ରଂଜନ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।