ଗୋପନୀୟତା ମୌଳିକ ଅଧିକାର ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ

 ନୂଆଦିଲ୍ଲୀ : ରାଇଟ ଟୁ ପ୍ରାଇଭେସୀକୁ ସୁପ୍ରିମକୋର୍ଟ ମୌଳିକ ଅଧିକାର ମାନନ୍ତି ଓ ଏହା ସପକ୍ଷରେ ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୯ ବିଚାରପତିଙ୍କ ସାମ୍ବିଧାନିକ ପୀଠ ଏହି ରାୟ ଶୁଣାଇଛନ୍ତି । ସାମ୍ବିଧାନିକ ପୀଠର ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟ ବିଚାରପତି ଜେ.ଏସ ଖେହର । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ଆଧାର କାର୍ଡ ଉପରେ ପ୍ରଭାବ ପକାଇବ । କେନ୍ଦ୍ର ସରକାର ବ୍ୟକ୍ତିଗତ ଗୋପନୀୟତାକୁ ମୌଳିକ ଅଧିକାର ମାନ୍ୟତା ଦେବା ପାଇଁ ବରୋଧ କରୁଥିଲେ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହାର ବରୋଧ କରି ନିଜର ପକ୍ଷ ରଖିଥିଲା । କେନ୍ଦ୍ର ସରକାର, ଦଲିଲ ଦେଇଥିଲେ କି ଆଜିକା ସମୟ ଆମେ ଡିଜିଟାଲ କାରବାର ଉପରେ ବିଶେଷ ଧ୍ୟାନ ଦେଉଛୁ । ଯେଉଁଠି ବ୍ୟକ୍ତିଗତ ଅଧିକାର ଯେପରି କିଛି ନାହିଁ । କେନ୍ଦ୍ର ସରକାର ତରଫରୁ ସୁପ୍ରିମ କୋର୍ଟରେ କୁହାଯାଇଥିଲା, ସାଧାରଣ ଲୋକଙ୍କ ତଥ୍ୟର ସୁରକ୍ଷା ପାଇଁ ନିୟମ ତିଆରି କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ସୁପ୍ରିକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଏନ୍ ଶ୍ରୀକୃଷ୍ଣାଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଗଠନ କରିଛି । କିନ୍ତୁ ଶେଷରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଲେ ସରକାର ।