ଗୋବର୍ଦ୍ଧନ ମଠ-ଶଙ୍କରାଚାର୍ଯ୍ୟପିଠ କୁ ସ୍ୱୟଂ ଶାସିତ କରାଯିବାକୁ ଦାବି-ଆଦିତ୍ୟ ବାହିନୀ,ରେଢ଼ାଖୋଲ

ରେଢ଼ାଖୋଲ: – ପୁରୀ ସ୍ଥିତ ଜଗଦଗୁରୁ ଶଙ୍କରା ଚାର୍ଯ୍ୟ ଙ୍କ ଗୋବର୍ଦ୍ଧନ ମଠ-ଶଙ୍କରାଚାର୍ଯ୍ୟପିଠ କୁ ଅନ୍ୟ ରାଜ୍ୟ ମାନଙ୍କ ଭଳି ଦେବୋତ୍ତର ବା ଆଇନ ବିଭାଗ ପକ୍ଷରୁ ମୁକ୍ତ କରାଯଇ ସ୍ୱତନ୍ତ୍ର ମାନ୍ୟତା ଦେଇ ସ୍ୱୟଂ ଶାସିତ କରାଯିବାକୁ ଆଦିତ୍ୟ ବାହିନୀ ରେଢ଼ାଖୋଲ ଶାଖା ପକ୍ଷରୁ ଦାବି କରାଯାଇଛି। ଏ ମର୍ମରେ ଏକ ଦାବି ପତ୍ର୍ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ପ୍ରସନ୍ନ ଦାସ ଙ୍କୁ ପ୍ରଦାନ କରାଯାଇଛି। ଆଦିତ୍ୟ ବାହିନୀ ଦାବି କରିଛି ଯେ ଜଗଦଗୁରୁ ଆଦିଶଙ୍କରାଚାର୍ଯ୍ୟ ଙ୍କ ଦ୍ୱରା ପ୍ରତିଷ୍ଠିତ ଭାରତ ବର୍ଷର ୪ ଟି ମଠ ମଧ୍ୟରୁ ଗୁଜରାଟର ଦ୍ୱାରିକା ଠାରେ ଶାରଦା ମଠ, ଉତ୍ତରାଖଣ୍ଡ ର ବଦ୍ରୀନାଥ ଠାରେ ଯୋଶୀ ମଠ, କର୍ଣ୍ଣାଟକ ର ରାମେଶ୍ୱର ଠାରେ ଥିବା ଶୃଙ୍ଗେରୀ ମଠ ଗୁଡିକ ସଂପୃକ୍ତ ରାଜ୍ୟ ସରକାରଙ୍କ ଅଧିନରୁ ମୁକ୍ତ କରାଯାଇ ସ୍ୱୟଂ ଶାସିତ କରାଯାଇଥିବା ବେଳେ ପୁରୀ ସ୍ଥିତ ଗୋବର୍ଦ୍ଧନ ମଠ କୁ ରାଜ୍ୟ ସରକାର ନିଜ ଅଧିନରେ ରଖିଛନ୍ତି। ଏଥି ଯୋଗୁଁ ବିଭିନ୍ନ ସମୟରେ ମନ୍ଦିର ପରିଚାଳନାରେ ବିଭ୍ରାଟ ସୃଷ୍ଟି ହେଉଛି। ଏହି ମଠ ପ୍ରତି ଅବହେଳା କରାଯିବା ସହ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ମଧ୍ୟ ଉପେକ୍ଷା କରି କାର୍ଯ୍ୟକରାଯାଉଛି। ୧୮୯୯ ମସିହା ଠାରୁ ପୁରୀ ଗୋବର୍ଦ୍ଧନ ମଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ଅଧିନରେ ଥିବା ଜମିର ମାର୍ଫତଦାର ଥିବା ବେଳେ ୧୯୯୩ ମସିହାରେ ରେକର୍ଡଭୁକ୍ତ ଜମିକୁ ଶ୍ରୀମନ୍ଦିର ପରିଚାଳନା ସମିତି କୁ ଷଡଯନ୍ତ୍ର ପୁର୍ବକ ହସ୍ତାନ୍ତର କରାଯାଇଛି। ଶଙ୍କରାଚାର୍ଯଙ୍କ ୧୩୧ ଟି ସମାଧି ମଧ୍ୟରୁ ୧୨୦ ଟି ସମାଧି ଉପରେ ହୋଟେଲ ଲଜିଙ୍ଗ, ବ୍ୟବସାୟିକ ପ୍ରତିଷ୍ଠାନ ତଳେ ପୋତି ହୋଇଥିବା ବେଳେ ମଠର ବିଜେ ସ୍ଥଳି ମା ବିମଳା ମନ୍ଦିର, ଶଙ୍କରାଚାର୍ଯ୍ୟଙ୍କ ନିବାସ, ବେଦ ଅଧ୍ୟୟନ ରତ ଛାତ୍ରା ବାସ ଥିବା ପ୍ରାୟ ୫.୭୬୩ ଏକର ଜମିକୁ ଗୋବର୍ଦ୍ଧନ ମଠ ହାତରୁ ଶ୍ରୀମନ୍ଦିର ପ୍ରଶାସନ କୁ ହସ୍ତାନ୍ତର କରାଯାଇଛି। ଏ ଦିଗରେ ମୁଖ୍ୟ ମନ୍ତ୍ରୀ ବ୍ୟକ୍ତି ଗତ ଭାବେ ହସ୍ତକ୍ଷେପ କରି ଏହି ଧର୍ମ ପିଠକୁ ସ୍ୱୟଂ ଶାସିତ କରିବା ସହ ଶ୍ରୀ ମନ୍ଦିର କୁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ପରିଚାଳନା କରିବାକୁ ପଦକ୍ଷେପ ନେବାସହ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗୋବର୍ଦ୍ଧନ ପିଠକୁ ସ୍ଥାନିତ କରିବାକୁ ଦାବି କରିଛନ୍ତି। ଆଦିତ୍ୟ ବାହିନୀ ରେଢ଼ାଖୋଲ ଶାଖାର ସଭାପତି ଶ୍ରୀ ବତ୍ସ ହୋତା, ସଂପାଦକ ଗଣେଶ୍ୱର ପ୍ରଧାନ, ଭକ୍ତ ଚରଣ କର୍ଣ୍ଣ, ସୁବାଷ ଚନ୍ଦ୍ର ପଣ୍ଡା, ରାଜୁ ପାରମାର, ମହାବୀର ସିଂ ଦେଓ, ଅଶୋକ ପୃଷେଠ ଙ୍କ ସମେତ ବହୁ ସଦସ୍ୟ ରାମମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।