ଚମ୍ପିଆନ୍ ଟ୍ରଫିର ଫାଇନଲରେ ଭାରତ-ପାକିସ୍ଥାନ ମ୍ୟାଚ

ନୂଆଦିଲ୍ଲୀ : କ୍ରିକେଟର ଦୁନିଆର ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ଦଶ ବର୍ଷ ପରେ ରବିବାରଦିନ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନଲରେ ଖେଳିବେ। ଜିତିବା ବ୍ୟତିତ ହାରିବା ଏହି ଦୁଇ ଦେଶର ଖେଳାଳୀ ବ୍ୟତୀତ ଦେଶବାସୀଙ୍କୁ କଷ୍ଟଦେବ। ଏହା ପୂର୍ବରୁ ଏହି ଦୁଇ ପଡ଼ୋଶୀ ରାଷ୍ଟ୍ର ଟୀ-20 ବିଶ୍ୱ କପର ପ୍ରଥମ ସଂସ୍କରଣରେ ଫାଇନଲ ମ୍ୟାଚରେ ଖେଳିଥିଲେ। ଯେଉଁଥିରେ ମହେନ୍ଦ୍ର ସିଂହ ଧୋନୀଙ୍କ କପ୍ତାନୀରେ ଭାରତ ବିଜୟୀ ହୋଇଥିଲା। ଏହା ପ୍ରଥମ ମୌକା ଥିଲା ଯେଉଁଠାରେ ଭାରତ-ପାକିସ୍ତାନ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନଲ ଖେଳା ଯାଇଥିଲା। ଧୋନୀଙ୍କ ନେତୃତ୍ୱରେ ଖେଳିଥିବା ଟିମରେ ଯୁବ ଖେଳାଳୀ ଥିଲେ କିନ୍ତୁ ବିରାଟ କୋହଲୀଙ୍କ ନେତୃତ୍ତ୍ୱରେ ଏହି ଟିମ ଅନୁଭବି ଅଟେ। ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ମ୍ୟାଚରେ ଭାରତ ବିଜୟୀଲାଭ କରିଥିଲା। ଯଦିଓ ଅଙ୍କ ଭାରତର ପକ୍ଷରେ କିନ୍ତୁ କୋହଲୀଙ୍କ ସେନା ସରଫରାଜ ଅହମଦଙ୍କ ଯୁବ ପାକିସ୍ତାନୀ ଟିମକୁ ହାଲୁକାରେ ନେବେନାହିଁ।

ଏହି ଅବସରରେ ପୁରୀ ବେଳା ଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭାରତୀୟ ଟିମ୍ କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply