ଚାଞ୍ଚଲ୍ୟକର ହତ୍ୟାକାଣ୍ଡ – ପୁଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର କରି ପୁଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ। ଟିକାୟତ୍ତପାଲିର ସରସରା ଗାଁରେ ଘଟିଛି ଏହି ଘଟଣା। ସାମାନ୍ୟ ବଚସାରୁ ମା’ପୁଅ ତାଙ୍କୁ ହାଣି ପକାଇଥିବା ସୂଚନା ମିଳିଛି। ଏହି ଘଟଣାରେ ପୋଲିସ୍ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।