ଚିତ୍ରକୋଣ୍ଡା ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳିବିନିମୟ; ଜଣେ ମାଓ ନେତା ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଚିତ୍ରକୋଣ୍ଡା କପାତୁଟି ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳିବିନିମୟ ହୋଇଛି। ଏନ୍‌କାଉଣ୍ଟରେ ଜଣେ ମାଓ ନେତାଙ୍କ ମୃତ୍ୟୁ ଘଟିଛି । ଏଥିସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଘଟଣା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଛି।