ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ-ବଲାଙ୍ଗୀର

ବଲାଙ୍ଗୀର :  ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ହୋଟେଲ ସ୍ୱୟଂ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ସଭାରେ ଦଳକୁ କିପରି ଅଧିକ ମଜବୁତ କରାଯାଇପାରିବ ,ଏହା ସହ ଅଧିକ ଲୋକାଭିମୁଖୀ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କର୍ମୀଙ୍କ ସମାଗମ ଘଟି ଦିନତମାମ ସଭା ଚାଲିଥିଲା। ବୈଠକ ରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ ସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଲୋକ ସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ, ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା, ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁ,କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ, ବରିଷ୍ଠ ନେତ୍ରୀ ଶ୍ରିମୟୀ ମିଶ୍ର, ଅର୍କେଷ୍ ନାରାୟଣ ସିଂହଦେଓ ସହ ଅନେକ ବିଜେଡି କର୍ମୀ ଯୋଗ ଦେଇଥିଲେ |