ଜେଲ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ କୁମାର ଶର୍ମା-ଭୁବନେଶ୍ୱର

ଭୁବନେଶ୍ୱର: ଜେଲ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ କୁମାର ଶର୍ମା। ପୂର୍ବରୁ ଶର୍ମା କ୍ରାଇମବ୍ରାଞ୍ଜ ଡିଜି ଦାୟିତ୍ୱରେ ଥିଲେ। ଜେଲ ଦାୟିତ୍ୱରେ ଥିବା ଏଡିଜି ଅରୁଣ ରାୟଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲା। ଦାୟିତ୍ୱ ନେବା ପରେ ଜେଲ ଡିଜି କହିଛନ୍ତି,“ଏହା ମୋ ପାଇଁ ନୂଆ ଚାଲେଞ୍ଜ। ଜେଲର ଭିତ୍ତିଭୂମି, ସିକ୍ୟୁରିଟି ଓ ସିସିଟିଭିକୁ ଗୁରୁତ୍ୱ ଦେବି। ଜେଲର ମହିଳା ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଜେଲ କର୍ମଚାରୀ ଆମ ମେରୁଦଣ୍ଡ। ତାଙ୍କର ବିକାଶ କରାଯିବ।”