ଟଙ୍କା ଦେଇ ନ ପାରିବାରୁ ନର୍ସିଂହୋମ କର୍ମକର୍ତ୍ତା ଓ ଆଶାକର୍ମୀ ଜଣକ ନବଜାତ ଶିଶୁକନ୍ୟାଟିକୁ ବିକ୍ରି ଅଭିଯୋଗ-କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ରିଘାଗଡ଼ ଗାଁର ନିରାକାର ମହାରଣାଙ୍କ ପତ୍ନୀ ଗୀତାଞ୍ଜଳି ପ୍ରସବ ଯନ୍ତ୍ରଣା ପାଇଥିଲେ। ଏ ସମ୍ପର୍କରେ ଖବର ପାଇ ଆଶାକର୍ମୀ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଠିକ୍‌ରେ ଚିକିତ୍ସା ହେବ ନାହିଁ ବୋଲି ବାହାନା କରି ଆଶାକର୍ମୀ ନିକଟସ୍ଥ ସୂର୍ଯ୍ୟ ନର୍ସିଂହୋମ୍‌ରେ ଗୀତାଞ୍ଜଳିଙ୍କୁ ଭର୍ତ୍ତି କରିଥିଲେ। ଗତ ୧ ତାରିଖରେ ନର୍ସିଂହୋମରେ ଗୀତାଞ୍ଜଳି ନର୍ମାଲ ଡେଲିଭରି ମାଧ୍ୟମରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପ୍ରସବ ପରେ ନର୍ସିଂହୋମ ପକ୍ଷରୁ ପ୍ରସୂତି ଖର୍ଚ୍ଚ ବାବଦରେ ୭,୫୦୦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ଗରିବ ନିରାକାର ଏହି ଟଙ୍କା ଦେଇ ନ ପାରିବାରୁ ନର୍ସିଂହୋମ କର୍ମକର୍ତ୍ତା ଓ ଆଶାକର୍ମୀ ଜଣକ ନବଜାତ ଶିଶୁକନ୍ୟାଟିକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଜଣେ ପୁରୁଷମହିଳା ଓ ବୁଢ଼ୀ ଶିଶୁଟିକୁ ନେଇଥିବା ଅଭିଯୋଗ ହୋଇଛି। ଏନେଇ ନିରାକାର କେନ୍ଦ୍ରାପଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଓ ସିଡବ୍ଲ୍ୟୁସି ପକ୍ଷରୁ ସମ୍ପୃକ୍ତ ନର୍ସିଂହୋମରେ ଚଢ଼ାଉ କରାଯିବା ସହ ଆଶା କର୍ମୀ ଓ ନର୍ସିଂ ହୋମର ଜଣେ କର୍ମଚରୀଙ୍କୁ ଥାନାରେ ଅଟକ ରଖିଛି।