ଦୁଇ ଯୁବକଙ୍କ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ -ବାଇକ ଓ ପିକ୍ଅପ ଭ୍ୟାନ ମୁହାମହିଁ -ନୂଆପଡା

ନୂଆପଡା: ନୂଆପଡା ଜିଲ୍ଲା ବେଲଟୁକ୍ରୀ ଥାନା ଅନ୍ତର୍ଗତ କୂଲିଆବନ୍ଧା ଗାଁ ନିକଟରେ ବାଇକ ଓ ପିକ୍ଅପ ଭ୍ୟାନ ମୁହାମହିଁ ହେବାରୁ ଦୁଇ ଯୁବକଙ୍କ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ବେଲଟୁକ୍ରୀ ଆଇଆଇସିଙ୍କ ସୂଚନା ଅନୁସାରେ ମୃତକ ଦୁଇଜଣ ଛତିଶଗଡ ଅଞ୍ଚଳର ଲୋହର ଚନ୍ଦ ସାହୁ ଓ ତେଜରାମ ସାହୁ ବୋଲି ଜଣା ପଡିଛି । ପୋଲିସ ଘଟଣା ସ୍ଥଳକୁ ଆସି ଶବ ଦ୍ବୟକୁ ଜବତ କରି ଅଧିକ ଖବର ପାଇଁ ତଦନ୍ତ ଚଲାଇଛି।

Leave a Reply