ଧରା ପଡ଼ିଲା ବ୍ଲୁ ହ୍ୱେଲ୍ ଗେମର ମାଷ୍ଟରମାଇଣ୍ଡ-୧୭ ବର୍ଷୀୟା ଋଷୀୟ ଯୁବତୀ ଫିଲିପ୍ ବୁଦେକିନ

ଭୁବନେଶ୍ୱର : ଧରା ପଡ଼ିଲା ବ୍ଲୁ ହ୍ୱେଲ୍ ଗେମର ମାଷ୍ଟରମାଇଣ୍ଡ। ସାରା ବିଶ୍ୱରେ ଚହଳ ପକାଇଥିବା ମୋବାଇଲ ଗେମ୍ ବ୍ଲୁ ହ୍ୱେଲକୁ ନିୟନ୍ତ୍ରଣ କରୁଥିବା ନେଇ ଅଭିଯୋଗ ଆସିଥିବା ମାଷ୍ଟରମାଣ୍ଡକୁ ଋଷିଆରୁ ଧରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଜଣକ ଜଣେ ୧୭ ବର୍ଷୀୟା ଋଷୀୟ ଯୁବତୀ। ଋଷିଆର ଖାବରୋସ୍କ ରାଇ ଅଞ୍ଚଳରୁ ଯୁବତୀଙ୍କୁ ଧରିଛି ସେଠାକାର ପୋଲିସ। ବ୍ଲୁ ହ୍ୱେଲ ଗେମକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଆତଙ୍କ ବଢି ଚାଲିଥବାବେଳେ ଅଭିଭାବକମାନେ ମଧ୍ୟ ଆତଙ୍କିତ ଥିଲେ। ଇଣ୍ଡିଆରେ ମଧ୍ୟ ବ୍ଲୁ ହ୍ୱେଲ ଗେମରେ ଫସି ବର୍ତ୍ତମାନ ସୁଦ୍ଧା ୪ରୁ ଅଧିକ ନାବାଳକ ଓ ନାବାଳିକା ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଗତକାଲି ତାମିଲନାଡ଼ୁ ନାଗପୁରରେ ଜଣେ ଛାତ୍ର ଘରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହାତରେ ହ୍ୱେଲ୍ ସଦୃଶ ଏକ ଖୋଦା ଯାଇଥିବା ଏକ ଚିହ୍ନ ରହିଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଏହି ରହସ୍ୟମୟୀ ଗେମ୍‌ରେ ୧୩୦ ଜଣଙ୍କ ମୃତ୍ୟୁ ହୋଇସାରିଛି। ବ୍ଲୁ ହ୍ୱେଲ୍ ଗେମ ନିର୍ମାଣ କରିଥିବା ଋଷୀୟ ନାଗରିକ ଫିଲିପ୍ ବୁଦେକିନ ଦୋଷୀ ସାବ୍ୟସ୍ତ ହୋଇ ସାଇବେରିଆର ଜେଲରେ ସଜା କାଟୁଛନ୍ତି।