ନାଗପୁର-ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ-ମୃତାହତର କିଛି ସୂଚନା ମିଳିନାହିଁ

ମୁମ୍ବାଇ : ପୁଣି ଏକ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହୋଇଛି ନାଗପୁର-ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ୍‌। ମହାରାଷ୍ଟ୍ରର ଟିଟୱାଲା ନିକଟରେ ଦୂରନ୍ତର ୫ଟି ବଗି ଓ ଇଞ୍ଜିନ ଲାଇନଚ୍ୟୁତ ହୋଇଯାଇଛି। ଦୁର୍ଘଟଣାରେ ମୃତାହତର କିଛି ସୂଚନା ମିଳିନାହିଁ। ହେଲେ ଏହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ପୁରୀ-ଉତ୍କଳ ଏକ୍ସପ୍ରେସ ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ ଲାଇନଚ୍ୟୁତ ହୋଇଯାଇଥିଲା। ଟ୍ରେନ୍‌ର ୧୪ଟି ବଗି ଧାରଣାରୁ ବାହାରି ଯିବାରୁ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୨ ଜଣ ଆହତ ହୋଇଥିଲେ। ଏହି ଘଟଣାର ୪ ଦିନ ପରେ କାନପୁର ଓ ଇଟାୱା ମଧ୍ୟ ଔରିୟାରେ କୈଫିୟତ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାରେ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଔରିୟା ଲେଭଲ କ୍ରସିଂରେ ରାତି ପ୍ରାୟ ୨ଟା ୫୦ ମିନିଟରେ ଟ୍ରେନ୍‌ଟି ଏକ ଡମ୍ଫରକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ଟି ଆଜମଗଡ଼ରୁ ଦିଲ୍ଲୀ ଯାଉଥିଲା।