ନିର୍ଦ୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ଟଣା ହେଲା ରଥ

ପୁରୀ: ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପ୍ତ ହେବା ପରେ ପୁରୀରେ ଆରମ୍ଭ ହୋଇଛି ରଥ ଟଣା। ଅପରାହ୍ନ ଠିକ୍ ୨ଟା ୦୮ ମିନିଟ୍‌ରେ ମହାପ୍ରଭୁ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ଆଜି ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ରଥ ଟଣା ଆରମ୍ଭ ହୋଇଥିଲା।