ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ। ଆଜି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ୨୦୧୪ରେ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ ଦିଲ୍ଲୀ ହାଇକୋର୍ଟ। ଫାଶୀ ଦଣ୍ଡାଦେଶ ପାଇବାକୁ ଥିବା ଦୋଷୀମାନେ ହେଲେ ମୁକେଶ, ପୱନ, ବିନୟ ଶର୍ମା ଓ ଅକ୍ଷୟ ଠାକୁର। ଫାଶୀଦଣ୍ଡାଦେଶ ବିରୋଧରେ ଏହି ଅଭିଯୁକ୍ତମାନଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମ୍‌ କୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ୨୦୧୨ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ଜଣେ ପାରା ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୬ ଅଭିଯୁକ୍ତ। ଏମାନଙ୍କ ମଧ୍ୟରୁ ରାମ ସିଂ ନାମକ ଅଭିଯୁକ୍ତ ତିହାର ଜେଲରେ ଥିବା ବେଳେ ଆତ୍ମହତ୍ୟା କରିଥିଲା।