ନୀଳଗିରି ରେଳ ଧାରଣା ମଝିରେ ଏକ ବଡ଼ ଧରଣର ଫାଟ ସୃଷ୍ଟି -ବାଙ୍ଗିରପୋଷି-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ ବର୍ତ୍ତିଲା

ବାଲେଶ୍ୱର : ନୀଳଗିରି ରେଳ ଧାରଣା ମଝିରେ ଏକ ବଡ଼ ଧରଣର ଫାଟ ସୃଷ୍ଟି ହେବା ଯୋଗୁଁ ଏକ ନିଶ୍ଚିତ ରେଳ ଦୁର୍ଘଟଣାରୁ ବାଙ୍ଗିରପୋଷି-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ ବର୍ତ୍ତି ଯାଇଛି। ଖବର ନେବାରୁ ଜଣାପଡ଼ିଛି ଯେ, ଗତକାଲି ରାତି ୧୧ଟା ୫ମିନିଟରେ ଟ୍ରେନ୍ ଟି ବାଙ୍ଗିରିପୋଷି ଛାଡ଼ିଥିଲା। ଆଜି ସକାଳେ ଟ୍ରେନ୍ ଟି ବାଲେଶ୍ୱର ନୀଳଗିରି ଦେଇ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବାର ଥିଲା। କିନ୍ତୁ ଗତକାଲି ରାତିରେ ଉକ୍ତ ରେଳ ପଥ ମଝିରେ କେହି ଜଣେ ଟ୍ରେନ୍ କାଟି ଦେଇଥିବାରୁ ଉଭୟ ରେଳଧାରଣା ବିପଦସଂକୁଳ ଅବସ୍ଥାରେ ରହିଥିଲା। ଏ ନେଇ ସ୍ଥାନୀୟ ଲୋକେ ରେଳ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ ଟ୍ରେନଟିକୁ ଅଟକା ଯାଇଥିଲା। ଏବେ ଉକ୍ତ ରେଳ ପଥ ମରାତି ଚାଲିଛି। ବାଙ୍ଗିରପୋଷି ରେଳପଥ ଭୁବନେଶ୍ୱରେ ପହଞ୍ଚିବାରେ ବିଳମ୍ବ ହେବ ବୋଲି ରେଳବାଇ କର୍ତ୍ତୃପକ୍ଷ ଜଣାଇଛନ୍ତି। (WebPic)