ନୂଆଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲର ରେସିଡେଣ୍ଟ ଡାକ୍ତରଙ୍କ ଅନିର୍ଦିଷ୍ଟ କାଳ ପାଇଁ ଧାରଣା

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲ ର ରେସିଡେଣ୍ଟ ଡାକ୍ତର ମାନେ ଗତ କାଲି ରୁ ଅନିର୍ଦିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି | ଗତକାଲି ଜଣେ ରୋଗୀ ର ସମ୍ପର୍କୀୟ ଜଣେ ଡାକ୍ତର ଙ୍କୁ ମାଡ଼ ମାରିବା ଘଟଣା ର ପ୍ରତିବାଦ ରେ ଡାକ୍ତର ସମୂହ ଧାରଣା ଦେଇଛନ୍ତି | ସେମାନେ ଅଧିକ ସୁରକ୍ଷା ପାଇଁ ଦାବି ଜଣାଇଛନ୍ତି |
ବୁଧବାର ସନ୍ଧ୍ୟା ରେ ଜଣେ ରୋଗୀ ର ସେବା ରେ ବିଳମ୍ବ ହେବାରୁ ତାଙ୍କର ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତର ଙ୍କୁ ମାଡ଼ ମାରି ଥିବା ଅଭିଯୋଗ ହୋଇଛି | ସେଥିପାଇଁ ରେସିଡେଣ୍ଟ ଡାକ୍ତର ମାନେ ସ୍ଥାନୀୟ ପୋଲିସ ଷ୍ଟେସନ ରେ FIR ଦେଇଛନ୍ତି | ପୋଲିସ ଅଭିଯୋଗ ମୁତାବକ ହସ୍ପିଟାଲ ରେ ସୁରକ୍ଷା ରେ ଦୃଷ୍ଟି ରଖିଛି |