ନୂଆପଡ଼ା ଜିଲ୍ଲାରେ ପ୍ଲାଷ୍ଟିକ ଚାଉଳ ଭୟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପ୍ଲାଷ୍ଟିକ ଚାଉଳ ଭୟ।  ବସ୍ତାରେ ପ୍ୟାକିଂ ହୋଇ ବଜାରରେ ବିକ୍ରି ହେଉଛି ପ୍ଲାଷ୍ଟିକ ଚାଉଳ।  ତରବୋଡ଼ ଗାଁର ଲବ ଜଗତ ନାମକ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ୨ ବସ୍ତା ଚାଉଳ ଘରକୁ ଆଣିଥିଲେ।  ତେବେ ସେହି ଚାଉଳରେ ଭାତ ରାନ୍ଧି ଖାଇବା ପରେ ତାହା ହଜମ ହୋଇ ନ ଥିବା ଓ ପିଲାଙ୍କୁ ଝାଡ଼ାବାନ୍ତି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଭାତକୁ ଗୁଳା କରି ତଳେ କଚାଡ଼ିବାରୁ ତାହା ରବର୍ ବଲ୍ ଭଳି ଡେଉଁଥିବା ଦେଖିବାକୁ ମିଳିଛି।  ତେଣୁ ଏହାକୁ ପ୍ଲାଷ୍ଟିକ ଚାଉଳ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ।  ସେମାନେ ଏହି ଘଟଣାର ତଦନ୍ତ ଦାବି କରିଥିବା ବେଳେ ବ୍ଲକ୍ ଯୋଗାଣ ଅଧିକାରୀ କହିଛନ୍ତି ଯେ ସେ ଏସମ୍ପର୍କରେ ଅଭିଯୋଗ ପାଇଛନ୍ତି ଏବଂ ଏହା ପ୍ରକୃତ ଚାଉଳ ନା ପ୍ଲାଷ୍ଟିକ ଚାଉଳ ତାହା ପରୀକ୍ଷା ପରେ ଜଣାପଡ଼ିବ।