ନେତାଙ୍କ ଭିଆଇପି ମୋହ- ବିଜନେସ୍ କ୍ଲାସରେ ସିଟ୍ ନମିଳିବାରୁ ଫ୍ଲାଇଟରେ ହଙ୍ଗାମା କଲେ କ୍ଷୁବ୍ଧ ସାଂସଦ

ମଧ୍ୟପ୍ରଦେଶ : ସାମ୍ନାକୁ ଆସିଲା ମଧ୍ୟପ୍ରଦେଶ ବିଜେପି ସାଂସଦଙ୍କ ସାମନ୍ତବାଦୀ ଆଚରଣ । ବିଜନେସ୍ କ୍ଲାସରେ ସିଟ୍ ନମିଳିବାରୁ ଫ୍ଲାଇଟରେ ହଙ୍ଗାମା କଲେ କ୍ଷୁବ୍ଧ ସାଂସଦ ଭାଗିରଥ ପ୍ରସାଦ । ତେବେ ସାଂସଦଙ୍କ ହଙ୍ଗାମା କାରଣରୁ ୧୫ ମିନିଟ୍ ଡେରିଲେ ଉଡିଲା ଏୟାର୍ ଇଣ୍ଡିଆ ଫ୍ଲାଇଟ୍ । ସୂଚନା ମୂତାବକ, ଉକ୍ତ ଫ୍ଲାଇଟରେ ଭାଗିରଥଙ୍କ ସହ ଥିଲେ ବିରୋଧୀ ନେତା ଅଜୟ ସିଂହ । ଉଭୟଙ୍କ ସିଟ୍ ପାଖା ପାଖି ଥିଲା । ତେବେ ବିଜନେସ୍ କ୍ଲାସରେ ଟିକେଟ୍ ନମିଳିବାରୁ ଭାଗିରଥ ହଙ୍ଗାମା କରିଥିବା ବେଳେ କିନ୍ତୁ ଅଜୟ ସିଂହ ଚୁପ୍ ଥିଲେ । ଏପରି ଯୁକ୍ତତର୍କ ଏବଂ ଝଗଡା ପରେ ବାଧ୍ୟ ହୋଇ ଏୟାର୍ ଇଣ୍ଡିଆ କର୍ମାଚାରୀ ଭାଗିରଥଙ୍କର ଇକୋନୋମୀ ସିଟକୁ ବିଜନେସ୍ କ୍ଲାସରେ ପରିବର୍ତ୍ତନ କରିଥିଲେ  । ଏହା ପୂର୍ବରୁ ଶିବସେନା ସାଂସଦ ରବୀନ୍ଦ୍ର ଗାଏକ୍ୱାଡ୍ ଏଭଳି ଆଚରଣ କରି ଚର୍ଚ୍ଚିତ ହୋଇଥିଲେ । ଅବଶ୍ୟ ପରେ କ୍ଷମା ମାଗିବାରୁ ଏହି ବ୍ୟାନ୍ ହଟାଯାଇଥିଲା ।