ନୟାଗଡ଼ ରାସ୍ତା କଡରେ ଏକ ମୃତ ଶିଶୁକନ୍ୟା ପଡିଥିବା ଲୋକ ଲୋଚନକୁ ଆସିଛି

ନୟାଗଡ଼: ନୟାଗଡ଼ ଥାନା ଅନ୍ତର୍ଗତ ନୟାଗଡ଼-ଓଡ଼ଗାଁ ରାସ୍ତାର ମାଛିପଡା ବେଲବଣି ରାସ୍ତା କଡରେ ଏକ ମୃତ ଶିଶୁକନ୍ୟା ପଡିଥିବା ଲୋକ ଲୋଚନକୁ ଆସିଛି। ମୃତ ଶିଶୁକନ୍ୟା ଟିର ନାହି ନାଡ଼ ଲାଗିଥିବାବେଳେ କେହି ଗତ ରାତିରେ ଏଠାରେ ଫୋଫାଡି ଦେଇଥିବା ଅନୁମାନ କରାଯାଉଛି। ମୃତ ଶିଶୁକନ୍ୟା ପାଖରେ ଏକ ଲୁଗା ପଡିଥିବାବେଳେ କେତେକ କୁକୁର ମୃତ ଶିଶୁଟିକୁ ଟଣାଓଟରା କରି ଖାଉଥିବା ହୃଦୟ ବିଦାରକ ଥିଲା ।ନୟାଗଡ଼ରେ କନ୍ୟାଭୃଣ ହତ୍ୟା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଗୁରୁବାର ସକାଳୁ ସକାଳୁ ଏପରି ମୃତ ଶିଶୁକନ୍ୟା ପୁଣି ଆଲୋଚନାର ବିଷୟ ହୋଇଛି।