ପିକ୍‌ଅପ୍ ଭ୍ୟାନ୍‌କୁ ଆମ୍ୱୁଲାନ୍ସ ଧକ୍କା ଦେବାରୁ ଜଣେ ରୋଗୀଙ୍କ ସମେତ ୬ ଜଣ ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସେଲିଗୁଡ଼ା ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ  ଆମ୍ୱୁଲାନ୍ସ ଧକ୍କା ଦେବାରୁ ଜଣେ ରୋଗୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାଶୀପୁର ବ୍ଲକ୍‌ର ଯୋଗିପାରି ତୁଣ୍ଡା ଗାଁର ଜଣେ ରୋଗୀକୁ ନେଇ ଆମ୍ୱୁଲାନ୍ସଟି ଡାକ୍ତରଖାନା ନେଇ ଆସୁଥିବା ବେଳେ ରାସ୍ତାକଡ଼ରେ ଥିବା ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ ପଛପଟୁ ଧକ୍କା ଦେଇଥିଲା।